ମହିଳା ସଂଗଠନ ‘ଭୂମିକନ୍ୟା’


ାା ପ୍ରଭାନୁ୍ୟଜ୍ ।ା ଭଦ୍ରକ,  : ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡାଯାତ୍ରାରେ ଭୂମିକନ୍ୟା ନାମକ ଏକ ମହିଳା ସଂଗଠନ ଭଦ୍ରକରେ ଜନ୍ମ ନେଇଛି । ସହରର ଡଗମୁଣ୍ଡସ୍ଥିତ ହରିଶଙ୍କରପୁର ଠାରେ ଜଗନ୍ନାଥ ସଂସ୍କୃତି ଉପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଏହି ନୂତନ ମହିଳା ସଂଗଠନ ଗଢିଉଠିଛି । ସାମ୍ବାଦିକ ରବିନାରାୟଣ ଖିଲାରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଅଧ୍ୟାପକ ନିହାର ରଂଜନ କର ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଭଦ୍ରକ ମହାବି୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପିକା ଭାନୁମତି ମାଟିଆ, ସମ୍ମାନିତ ଅତିଥିଭାବେ ପ୍ରଧାନଶିକ୍ଷୟତ୍ରୀ ସଂଯୁକ୍ତା ଯାଦବ, ଶାନ୍ତିଲତା ବାରିକ, ନାଟ୍ୟଶ୍ରୀ ନିର୍ମଳ ରାଉତ ଓ କଳାକାର ଗୋ÷÷ରାଙ୍ଗ ବାରିକ, କାବୟତ୍ରୀ ଦମୟନ୍ତୀ ନାଥ, ମୀନତି ବାରିକ ପ୍ରମୁଖ  ଯୋଗଦେଇ ଜଗନ୍ନାଥ ହେଉଛନ୍ତି ଭାବ ଓ ଭକ୍ତିର ଠାକୁର । ସଂସ୍କୃତି ହେଉଛି ସଭ୍ୟତାର ପ୍ରାଣ । ଗୋଟିଏ ଜାତିର ଚିନ୍ତା ଓ ଚେତାନା ,ଆବେଗ ଓ ବିକାଶ ଧାରା ହେଉଛି ଆମ ସଂସ୍କୃତି । ଓଡିଶାର ଧର୍ମ,ସଂସ୍କୃତି,ଇତିହାସ.ସାହିତ୍ୟ ତଥା ବ୍ୟକ୍ତିଗତ ପାରିବାରିକ ଓ ସାମାଜିକ ଜୀବନର ପ୍ରାଣକେନ୍ଦ୍ର ହେଉଛି ଶ୍ରୀ ଜଗନ୍ନାଥ ।ଯାହାକି ଆଜିଭଳି ପବିତ୍ର ଦିବସରେ ଏହି ମହାଳା ସଂଗଠନ ଜନ୍ମ ନେଇଛି । ନିଶ୍ଚୟଭାବରେ ଏହାର ଉନ୍ନତି ଘଟିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।