ନୂତନ ଆଇଆଇସିଙ୍କ ଯୋଗଦାନ
କାକଟପୁର : କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କ ବଦଳି ପରେ ଆଜି ରାମଚଣ୍ଡୀ ଥାନା ଆଇଆଇସି ବସନ୍ତ କୁମାର ସାହୁ କାକଟପୁର ଆଇଆଇସି ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀ ସାହୁ ବିଗତ ଦିନରେ ପୁରୀ ଜିଲ୍ଲାରେ ବିଭିନ୍ନ ଥାନାରେ ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରି ବେଶ ଲୋକପ୍ରିୟତା ଅର୍ଜନ କରିଥିବା ବେଳେ ଆଜି କାକଟପୁର ଥାନାରେ ଯୋଗ ଦେବା ଖବର ପ୍ରଚାରିତ ହେବା ପରେ ଅଞ୍ଚରେ ଆନନ୍ଦର ଲହରୀ ଖେଳି ଯାଇଛି । କାକଟପୁର ଅଞ୍ଚରେ ଦୀର୍ଘ ଦିନ ଧରି ମଠମନ୍ଦିରରୁ ଚୋରୀ, ଡକାୟତି, ରାହାଜାନି ଓ ଲୁଟ ଘଟଣା ତାଙ୍କ ପାଇଁ ସର୍ବଦା ପ୍ରାଥମିକତା ରହିବ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।