ଲୋକକଳା "ନନେ୍ଦାସବ’ ଅନୁଷ୍ଠିତ
ରାଜକନିକା : ରାଜକନିକା ବ୍ଲକ ଆରସା ଗ୍ରାମରେ ଶିବ ରାତ୍ରି ଅବସରରେ ଜାଗର କମିଟି ପକ୍ଷରୁ ହର ପାର୍ବତୀଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ଦୁଇଦିନବ୍ୟାପି ଯବନ କବି ଉଜିର ବେଗ୍ଙ୍କ ରଚିତ କନିକାର ଲୋକକଳା ଗୀତିନାଟ୍ୟ ନାନେ୍ଦାସôବ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ କୃଷ୍ଣଜନ୍ମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ଦିନରେ କୃଷ୍ଣ ଓ ବଳରାମଙ୍କୁ ଏକ ସୁସଜିତ ରଥ ସାହାଯ୍ୟରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରାଯାଇ କଂସ ବଧ ପରିବେଷଣ ହୋଇଥିଲା । କଂସ ଭୂମିକାରେ ଅଭିନୟ କରୁଥିବା ବର୍ଷିଆନ କଳାକାର ଗୌରହରି ସାମଲ ଓ କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ପ୍ରଦୁ୍ୟମ୍ନ ସାହୁ ନିଜ କଳା ନୈପୁଣ୍ୟରେ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ । ଏହି ପାରମ୍ପରିକ ଲୋକକଳା କନିକା ରାଜଶାସନ ଅମଳରୁ ଚାଲି ଆସୁ ଥିବା ବେଳେ ୮୦ ଦଶକ ଯାଏ ଆରସା ଓ ବଡାଗର ଗାଁରେ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଥିଲା । ପରବର୍ତ୍ତୀ କାଳରେ ବର୍ଷିଆନ କଳାକାରଙ୍କ ଦେହାନ୍ତ ଓ ଶାରୀରିକ ଅସୁସ୍ଥତା କାରଣ ଯୋଗୁଁ ଏହା ଚାଲି ପାରିନଥିଲା । ପ୍ରାଚୀନ ସାଂସ୍କୃତିକ ଜାଗରଣର ସଦଭାବନା ବାର୍ତ୍ତାକୁ ବୁଝିଥିବା ଆରସା ଗ୍ରାମବାସୀଙ୍କ ଏହି ଲୋକକଳାକୁ ବଞ୍ଚାଇ ରଖିବାର ଉଦ୍ୟମ ବେଶ ପ୍ରଶଂସନୀୟ ।