ଡାକ୍ତର ରୋଜାଲିନ ବେହେରା ଭଣ୍ଡାରିପୋଖରୀର ନୂତନ ତହସିଲଦାର
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀର ନୂତନ ତହସିଲଦାର ଭାବେ ଡାକ୍ତର ରୋଜାଲିନ ବେହେରାଙ୍କୁ ବଦଳି ଆଦେଶ ହୋଇଛି । ଗତ ୧୫ ତାରିଖ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବଦଳି ଆଦେଶ ସଂଖ୍ୟା ୬୨୮୮ ଅନୁଯାୟୀ ତାଳଚେର ତହସିଲଦାର ଭାବେ କାର୍ଯ୍ୟରତ ଡା. ବେହେରାଙ୍କୁ ଭଣ୍ଡାରିପୋଖରୀ ତହସିଲଦାର ଭାବେ ବଦଳି କରାଯାଇଛି । ଏହି ଆଦେଶରେ ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକଙ୍କୁ କେନ୍ଦ୍ରପଡା ଡେରାବିଶ ତହସିଲଦାର ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ନାୟକଙ୍କ ୨୦୨୧ ମସିହା ସେପ୍ଟେମ୍ବର ୨୦ ତାରିଖରେ ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟାଳୟର ଡେପୁଟି କଲେକ୍ଟର ପଦବୀରୁ ବଦଳି ହୋଇଆସି ଭଣ୍ଡାରିପୋଖରୀ ତହସିଲଦାର ଭାବେ ଯୋଗଦାନ କରିଥିଲେ । କୁମାର ମହାନ୍ତି, ବହ୍ନିଶିଖା ବିଶ୍ୱାଳ, ସହାୟକ ଏଲ୍.ଏ.ଡି.ସି.ଏସ୍. ଭଦ୍ରକ, ବିଶ୍ୱନାଥ ପଣ୍ଡା ପ୍ରଧାନ ଶିକ୍ଷକ, ଶିକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ସିନେ୍ଦାଳ ପଞ୍ଚାୟତ ବିଦ୍ୟାପୀଠ, ତିହିଡ଼ି, ଭଦ୍ରକ ତଥା ଜିଲ୍ଲା ଆଇନ୍ସେବା ପ୍ରାଧିକରଣର କର୍ମୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।