ଶାନ୍ତି ପାଇଁ  ସାମାଜିକ ଗଣମାଧ୍ୟମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଜରୁରୀ 

 ସମ୍ବଲପୁର : ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀ ୨୦୨୪ କୁ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି  । ଆରଡିସି ସଚୀନ ରାମଚନ୍ଦ୍ର ଯାଦବ, ପୋଲିସ ଆଇଜି ହିମାଂଶୁ ଲାଲ , ଜିଲ୍ଲାପାଳ  ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଏସ୍ପି  ମୁକେଶ କୁମାର ଭାମୁ , ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ପ୍ରମୁଖ ମଞ୍ଚାସିନ ଥିଲେ ।  ଉକ୍ତ ବୈଠକରେ ଅରଡିସି କହିଲେ ଯେ, ହନୁମାନ ଜୟନ୍ତୀ ପାଇଁ ସମସ୍ତ କାମ ଆରମ୍ଭ ହୋଇଯାଇଛି ଏବଂ ସେଗୁଡ଼ିକ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରୟାସ ଚାଲିଛି  । ଯେକୌଣସି ଉସôବକୁ ଆମେ ସମସ୍ତେ ଏକତା ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା । ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ଉସôବର ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି,ଯେଉଁଥିରୁ କୌଣସି ସମସ୍ୟା ଦେଖାଦେବନାହିଁ । ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ଉସôବ ପାଳନ କରି ସମ୍ବଲପୁରର ଭାଇଚାରାକୁ ଏକ ଉଦାହରଣ ହିସାବରେ ପରିଣତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ   । ଶ୍ରୀ ହନୁମାନ ଜୟନ୍ତୀରେ ଡ୍ରେନ୍ ଓ ସିସିଟିଭି ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ନିରୀକ୍ଷଣ କରାଯିବ ଏବଂ  ନିରିକ୍ଷଣ ସହିତ ସମନ୍ୱିତ ନିୟନ୍ତ୍ରଣ କକ୍ଷ ମଧ୍ୟ ରହିବ ବୋଲି ଡିଆଇଜି କହିଥିଲେ । ସାମାଜିକ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର,ପରସ୍ପରକୁ ସମ୍ମାନ ଦେବା  ପ୍ରଶାସନୀୟ ନିଦେ୍ର୍ଦଶ ଅନୁସରଣ, ନାଗରିକଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ଦିଆଯାଇଥିବା ନିଦେ୍ର୍ଦଶଗୁଡ଼ିକ ନିଷ୍ଠାପୂର୍ଣ୍ଣ ଭାବରେ ପାଳନ କରିବା ଏବଂ ଯଥାସମ୍ଭବ ସହଯୋଗ କରିବାକୁ ଅନୁରୋଧ ଏସପି ଅନୁରୋଧ କରିଥିଲେ । ସଭାରେ ଜିଲ୍ଲାପାଳ କହିଲେ ଯେ, ଜିଲ୍ଲା ପ୍ରଶାସନ ସମସ୍ତ ପରିସ୍ଥିତିରେ ନାଗରିକଙ୍କ ସହ ରହିବ ଏବଂ ହନୁମାନ ଜୟନ୍ତୀ ଏବଂ ରାମ ନବମୀର ଉସôବ କିପରି ସୁରୁଖୁରୁ ଭାବରେ ପାଳନ ହୋଇପାରିବା ସେନେଇ ସେବା ସୁବିଧା ପପ୍ରଦାନ କରିବ । ମହାନଗର ନିଗମ କମିଶନର କହିଲେ ଯେ, ସମ୍ବଲପୁର ମହାନଗର ନିଗମ ଦ୍ୱାରା ରାସ୍ତା ପାର୍ଶ୍ୱ ଆଲୋକ ବ୍ୟବସ୍ଥା ର ମରାମତି କାମ ଚାଲିଛି ଏବଂ ଅସ୍ଥାୟୀ ଆଲୋକ ବ୍ୟବସ୍ଥା ମଧ୍ୟ କରାଯାଇଛି ।