ଛାତ୍ରଛାତ୍ରୀଙ୍କ ପାଇଁ ରିହାତି ଲାଗୁ ଦାବି କଲା କଂଗ୍ରେସ 

ସମ୍ୱଲପୁର : ଓଡିଶା ଛାତ୍ର କଂଗ୍ରେସର ଆହ୍ୱାନ କ୍ରମେ ଜିଲ୍ଲା ଛାତ୍ର କଂଗ୍ରେସ ସମ୍ୱଲପୁର ଆର୍ଟିଓ ଅଫିସ ଘେରାଉ କରିଥିଲେ । ରେଙ୍ଗାଲି ବିଧାୟକ୍ ପ୍ରାର୍ଥୀ ତଥା ରାଜ୍ୟ ସମ୍ପାଦକ ଦିଲୀପ ଦୁରିଆଙ୍କ ନେତୃତ୍ୱରେ ଏକ ରାଲି କରି ଯାଇଥିଲେ । ଆର୍ଟିଓ ରାମଦାସ ଟୁଡୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଓଡିଶା ସରକାରୀ ପରିବହନରେ ମାଗଣା ସୁବିଧା ଏବଂ ଘରୋଇ ପରିବହନରେ ୫୦ ପ୍ରତିଶତ ରିହାତି ସୁବିଧା ଦାବୀ କରିଥିଲେ । ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ ସମସ୍ତ କଲେଜ ଛାତ୍ର ଛାତ୍ରୀ ଭାଇ ଭଉଣୀମାନଙ୍କୁ ଉପକୃତ ହେବେ ବୋଲି ଦାବିରେ ଜଣାଇଥିଲେ । ଏହି ଅବସରରେ ଅଙ୍କିତ ପ୍ରଧାନ, ପ୍ରଦୀପ ହଲେତ, ସୁରଜ ପ୍ରଧାନ, ରଞ୍ଜନ ଭୁଏ, ସଚିନ ପ୍ରଧାନ, ଆକାଶ ପ୍ରଧାନ, କ୍ଷୀରୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।