ଭୀମ୍ସାରରେ ସାମ୍ବାଦିକ ନବୀନଙ୍କୁ ଭେଟିଲେ ରୋହିତ
ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ସାମ୍ବାଦିକ ନବୀନ ଦାଶ ଏବଂ ତାଙ୍କ ଧର୍ମପନôୀ ନିରୁପମା ପଣ୍ଡା ଗତ ୧୯ତାରିଖ ଦିନ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ବୁର୍ଲା ଭିମ୍ସାରରେ ଚିକିତ୍ସିତ ହେଉଛନ୍ତି । ଏଥିରେ ନବୀନଙ୍କୁ ଗୁରୁତର ଅବସ୍ଥା ଭିମ୍ସାର୍ ସୁପର ସ୍ପେଶିଆଲିଟି କୋଠା ଆଇସିୟୁରେ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇ ଚିକିତ୍ସା କରାଯାଉଛି । ଅନ୍ୟପଟେ ତାଙ୍କ ପନôୀଙ୍କ ଅବସ୍ଥା ଚିକିତ୍ସା ପରେ ଏବେ ସ୍ଥିର ରହିଥିଲେ ବି ତାଙ୍କୁ ମଧ୍ୟ ଭିମସାର୍ ଶଲ୍ୟ ବିଭାଗରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ଖବର ପାଇଁ ଭିମ୍ସାର୍କୁ ଆସି ନବୀନ ଏବଂ ତାଙ୍କ ପନôୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ । ଶ୍ରୀ ପୂଜାରୀ ଆଇସିୟୁକୁ ଯାଇ ସମ୍ବାଦିକ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ସହିତ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏହାପରେ ତାଙ୍କ ପନôୀଙ୍କୁ ଭେଟି ମଧ୍ୟ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ରୋହିତ ପୂଜାରୀଙ୍କ ସହିତ ଜିଲ୍ଲା ବିଜେଡି ନେତା ବସନ୍ତ ମିଶ୍ର, ପ୍ରଦୀପ କୁମାର ମିଶ୍ର, ଧୀରଜ ଗର୍ଭିଆ, ଅନମୋଲ ଦାଶ, ବବ୍ଲୁ କାଦରୀ, ଦୀପ୍ତି ମଲ୍ଲିକ, ଗୌତମ ବେହେରା, ଟିଟୁ ସାମଲ, ଗୋପୀ ମହାନନ୍ଦ, ସୋହେଲ ଅନ୍ସାରୀ, ଦୀପକ ପଧାନ ପ୍ରମୁଖ ବିଜେଡି କର୍ମୀମାନେ ଉପସ୍ଥିତ ଥିଲେ ।