ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା
।ା ପ୍ରଭାନୁ୍ୟଜ ।ା ନୀଳଗିରି: ନୀଳଗିରି ବ୍ଲକ ନରଣପୁର ଉଚ୍ଚବିଦ୍ୟାଳୟର ଜଣେ ମାତ୍ର ଶିକ୍ଷକ ଥିବାବେଳେ ଶିକ୍ଷାଦାନ ଘୋର ବାଧାପ୍ରାପ୍ତ ହେଉଛି । ଏପରି ସ୍ଥିତିରେ ସରକାରଙ୍କ ପକ୍ଷରୁ ଉକ୍ତ ଶିକ୍ଷକଙ୍କୁ ପୁଣି ଅନ୍ୟ ବିଦ୍ୟାଳୟରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଯାହାକୁ ବିରୋଧ କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧାରଣା ବସି ଉକ୍ତ ଶିକ୍ଷକଙ୍କ ଅତିରିକ୍ତ ଦାୟିତ୍ୱ ବାତିଲ କରିବା ସହ ତୁରନ୍ତ ଅନ୍ୟ ଶିକ୍ଷକଙ୍କ ନିଯୁକ୍ତି ଦାବି କରିଛନ୍ତି ।
ପ୍ରକାଶ ଯେ, ନୀଳଗିରି ବ୍ଲକ୍ ନରଣପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରୀଶଙ୍କର ଶତପଥୀ ଅଗଷ୍ଟ ୩୧ତାରିଖରେ ଅବସର ଗ୍ରହଣ କରିଥିବାବେଳେ ସହକାରୀ ବିଜ୍ଞାନ ଶିକ୍ଷକ ଯଜେ୍ଞଶ୍ୱର ବେହେରା ଏକମାତ୍ର ଶିକ୍ଷକ ଭାବରେ ବିଦ୍ୟାଳୟର ତିନିଗୋଟି ଶ୍ରେଣୀରେ ଅଧ୍ୟୟନ କରୁଥିବା ୯୬ଜଣ ଛାତ୍ରଛାତ୍ରୀଙ୍କ ପାଠପଢା ସହିତ ହଷ୍ଟେଲ ଦାୟିତ୍ୱ ନିର୍ବାହ କରିଥାନ୍ତେ । ମାତ୍ର ପରିତାପର ବିଷୟ ବାଲେଶ୍ୱର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ନିଦେ୍ର୍ଦଶନାମା ଅନୁସାରେ ଶନିବାର ଅଗଷ୍ଟ ୩୧ରେ ଶିକ୍ଷକ ଶ୍ରୀଯୁକ୍ତ ଶତପଥୀ ଅବସର ଗ୍ରହଣ କରୁଥିବାରୁ ତାଙ୍କ ସ୍ଥାନରେ ଶ୍ରୀ ବେହେରାଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଜଡିଦା ରାଧାମାଧବ ଜୀଉ ହାଇସ୍କୁଲର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଶନିବାର ସକାଳୁଆ ସ୍କୁଲ ଥିବାରୁ ଛାତ୍ରଛାତ୍ରୀମାନେ ଶିକ୍ଷକ ଶ୍ରୀ ବେହେରା ବିଦ୍ୟାଳୟରେ ଉପସ୍ଥାନ ପକାଇ ଜଡ଼ିଦା ରାଧାମାଧବ ଜୀଉ ବିଦ୍ୟାଳୟକୁ ଯୋଗ ଦେବାକୁ ଯାଇଥିବା ଖବର ପ୍ରଚାରିତ ହେବା ପରେ ଅଭିଭାବକ ସମେତ ପରିଚାଳନା କମିଟି ସଦସ୍ୟ ବିଦ୍ୟାଳୟରେ ପହଞ୍ଚôଥିଲେ । ଇତି ମଧ୍ୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶ୍ରେଣୀ କକ୍ଷ ବାହାରେ ଧାରଣାରେ ବସି ରହିଥିଲେ । ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ ଶିକ୍ଷକଙ୍କ ଅନ୍ୟତ୍ର ଅତିରିକ୍ତ ନିଯୁକ୍ତି ବାତିଲ କରିବା ସହିତ ନୂତନ ଶିକ୍ଷକ ନିଯୁକ୍ତି କରିବାକୁ ଜିଦ ଧରିଥିଲେ । ଏଥି ସହିତ ହଷ୍ଟେଲରେ ରହି ପାଠ ପଢୁଥିବା ୪୦ଜଣ ଛାତ୍ରଙ୍କ ଦାୟିତ୍ୱ ଉକ୍ତ ଶିକ୍ଷକ ଜଣକ ନେଉଥିବାରୁ ତାଙ୍କର ଏଭଳି ନିଯୁକ୍ତି ବାତିଲ କରିବାକୁ ବାଲେଶ୍ୱର ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଘଟଣାରେ ପରିଚାଳନା କମିଟିର ସଦସ୍ୟଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରିଥିଲେ ।