ଯୁବକଙ୍କୁ ଛୁରିମାରି ଲୁଟ୍
ବାଣପୁର : ସୋହଳ ନମ୍ବର ଜାତୀୟ ରାଜପଥ ନୂଆଗଡ଼ ବାଇପାସ ଓଭର ବ୍ରିଜ ନିକଟରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରି ନଗଦ ପଚାଶ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି ଦୁର୍ବୃତ୍ତ । ବଡକୁଳ ପାନ୍ଥ ନିବାସ ରୋଡର ବୃନ୍ଦାବନ ପ୍ରଧାନଙ୍କ ପୁଅ ମନୋଜ ଭୁବନେଶ୍ୱରରୁ ବସ୍ରେ ଆସି ବାଇ ପାସରେ ଓହ୍ଲାଇ ଘରକୁ ଯାଉଥିବା ବେଳେ, ଦୁର୍ବୃତ୍ତ ଛୁରମାଡ଼ କରି ୫୦ ହଜାର ଟଙ୍କା ରଖି ଥିବା ବ୍ୟାଗ ଓ ମୋବାଇଲ ଲୁଟି ନେଇଥିଲେ । ଲୁଟେରଙ୍କ ଛୁରା ମାଡ଼ରେ ମନୋଜ ଗୁରୁତର ହୋଇ ଥିବାରୁ ପ୍ରଥମେ ତାଂକୁ ବାଳୁଙ୍ଗା ଡାକ୍ତର ଖାନା ଓ ପରେ ଅବସ୍ଥା ଗୁରୁତର ଦୃଷ୍ଟିରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଏହି ରାସ୍ତରେ ବହୁବାର ଗୁଳି ମାଡ ଓ ଛୁରୀ ମାଡ ହୋଇ ଲୁଟ୍ ପାଟ୍ ହେଉ ଥିବାରୁ ପୁଲିସ ପେଟ୍ରୋଲିଂ ବଢାଇବାକୁ ସାଧାରଣରେ ଦାବି ହେଉଛି ।