କେତେ ଦାୟିତ୍ୱବାନ ବ୍ରହ୍ମପୁର ବିଏମସି ?
ବ୍ରହ୍ମପୁର : ବ୍ରହ୍ମପୁର ବିଏମସି ସାଜିଥିଲା ଧୃତରାଷ୍ଟ୍ର ବୋଲି ଏପ୍ରିଲ ମାସ ୧୬, ତାରିଖ ରେ ଖବର ପ୍ରକାଶ ହୋଇଥିଲ । ବ୍ରହ୍ମପୁର ମହାନଗର ନିଗମ ବିପଦ କୁ ନିମନ୍ତ୍ରଣ ଦେଇ ବିଦୁ୍ୟତ ଟ୍ରାନ୍ସଫର ନିକଟରେ ପିଲା ମାନଙ୍କ ପାଇଁ ଖେଳ ଉପକରଣ ଲଗାଇଥିଲା । ଆମେ ଖବର ପ୍ରକାଶ କରିବା ପରେ ଉକ୍ତ ସ୍ଥାନରୁ ସେହି ଖେଳ ଉପକାରଣ ହଟା ଯାଇଥିଲା । ଏବେ ଉକ୍ତ ଖେଳ ଉପକରଣର ବିଲ ମିଳିଯିବ ପରେ ଏହି ଖେଳ ଉପକରଣକୁ ଆବର୍ଜନା ଜମିଥିବା ସ୍ଥାନରେ ଫୋପାଡି ଦେଇଥିବା ନେଇ ସହରରେ ଚର୍ଚ୍ଚା ହେଉଛି । ‘ସରକାର କା ମାଲ ଦରିଆ ମେ ଡାଲ’ ନୀତିରେ ବ୍ରହ୍ମପୁର ବିଏମସି ଚାଲିଥିବା ମନେ ହେଉଛି, ଏହି ଖେଳ ଉପକରଣକୁ ଦେଖିଲେ । ସରକାରୀ ଅର୍ଥକୁ ବାଟମାରଣା କରିବାକୁ ସର୍ଭେ ନକରି ବ୍ରହ୍ମପୁର ସବଟ୍ରଜେରି ଦେଇ ବଡ଼ ବଜାରକୁ ଯିବା ରାସ୍ତା କଡ଼ରେ ଥିବା ହାଇପାୱାର ଟ୍ରାନ୍ସଫରମର ନିକଟରେ ପିଲାଙ୍କ ଖେଳ ଉପକରଣ ଲଗାଯାଇ ଥିଲା । ଏବେ ସେହି ଉପକ