ଶିକ୍ଷା ବର୍ଷ ଅଧାରୁ ଶିକ୍ଷୟିତ୍ରୀଙ୍କ ବଦଳି, ପାଠପଢା ଠପ୍

ଶିକ୍ଷା ବର୍ଷ ଅଧାରୁ ଶିକ୍ଷୟିତ୍ରୀଙ୍କ ବଦଳି, ପାଠପଢା ଠପ୍

ଗଞ୍ଜାମ ଜିଲ୍ଲା ଆସିକା ଅଧୀନରେ ଶିକ୍ଷା ବର୍ଷ ଶେଷରେ ଥିବା ୨ଜଣ ଶିକ୍ଷୟିତ୍ରୀଙ୍କ ବଦଳି ହେବା ଦ୍ୱାରା ବିଦ୍ୟାଳୟରେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜନୈତିକ ଚାପରେ ବଳିୟାନ ଶିକ୍ଷୟତ୍ରୀ ଏବଂ ଶିକ୍ଷକ ହୋଇଥିବାରୁ ଶିକ୍ଷା ବିଭାଗ ଚାହିଁଲେ ମଧ୍ୟ କିଛି କରି ପାରୁନାହିଁ ବୋଲି ଅଭିଯୋଗ ହେଉଛି । ଏହି ଦୁଇ ସ୍ଥାନରୁ ବଦଳାଇବାକୁ ଯାଇ ପୁଣି ରାଜନୀତିରେ ଛନ୍ଦି ହୋଇଛନ୍ତି ଅଧିକାରୀ । ବଦଳି ହେଉଥିବା ଖାଲି ସ୍ଥାନରେ ଶିକ୍ଷକକୁ ଡେପୁଟେସେନ କଲେ ମଧ୍ୟ ହେଉଛି ରାଜନୈତିକ ଚାପ  । ଆସିକା ବ୍ଲକର କାମାଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷୟତ୍ରୀଙ୍କୁ ଖରିଆ ସରକାରୀ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁମ୍ବା ଠେଙ୍ଗା ପଲ୍ଲୀରୁ ପ୍ରକଳ୍ପ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟକୁ ବଦଳି ଆଦେଶ ରାଜ୍ୟ ଓଡିଶା ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶକ ଓ ଗଣଶିକ୍ଷା ବିଭାଗଙ୍କ ଆଦେଶକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଆଦେଶକ୍ରମେ ଆସିକା ବ୍ଲକର କାମାଗଡ଼ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷୟିତ୍ରୀକୁ ଖରିଆ ସରକାରୀ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁମ୍ବା ଠେଙ୍ଗା ପଲ୍ଲୀରୁ ପ୍ରକଳ୍ପ ଉଚ୍ଚÿ ପ୍ରାଥମିକ ବିଦ୍ୟାଳୟକୁ ବଦଳି ହୋଇଥିବା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପତ୍ରରୁ ଜାଣିବାକୁ ମିଳିଛି । ଆସିକା ବ୍ଲକ ର ସାପୁଆପଲ୍ଲୀ ବିଦ୍ୟାଳୟରେ ପ୍ରାୟ ୧୧୮ ଜଣ ଛାତ୍ର ଛାତ୍ରୀ ଅଧୟନ କରୁଥିଲେ ମଧ୍ୟ ସେଠାରେ ମାତ୍ର ଦୁଇ ଜଣ ଶିକ୍ଷକ ରହିଥିଲେ । ସେଠାରୁ ଜଣଙ୍କୁ ପ୍ରଶାସନିକ ଗ୍ରାଉଣ୍ଡର ଆଳ ଦେଖାଇ ଖରିଆ ବଦଳିଙ୍କୁ ଅଭିଭାବକ ନାପସନ୍ଦ କରୁଥିବା ବେଳେ କୁଆଡେ ଗ୍ରାମବାସୀ ବିରୋଧର ସାମ୍ନା କରିବା ଭୟରେ ସେହି ବିଦ୍ୟାଳୟକୁ ଖଣ୍ଡରାବଳି ବିଦ୍ୟାଳୟରେ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ୬ ଜଣ ଶିକ୍ଷକ ପାଠ ପଢ଼ାଉଥିବା ଶିକ୍ଷକ ମଧ୍ୟରୁ ଜଣେ ଶିକ୍ଷକ ଏବଂ କାମାଗଡ଼ ବିଦ୍ୟାଳୟ ରେ ପାଖାପାଖି ୧୯୦ ଛାତ୍ର ଛାତ୍ରୀମାନଙ୍କ ପାଇଁ ୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଶିକ୍ଷାଦାନରୁ ଜଣେ ଶିକ୍ଷୟିତ୍ରୀକୁ ଖରିଆ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଡେପୁଟେସନରେ ଆସିବାକୁ ଆଦେଶ କରିଛନ୍ତି । ଏଭଳି ଶିକ୍ଷା ବର୍ଷ ଶେଷରେ ଜଣଙ୍କୁ ବଦଳି କରି ଗୋଟିଏ ଶିକ୍ଷକ ରେ ସ୍କୁଲ ଚାଲିବାକୁ ଗ୍ରାମବାସୀ ଏହାକୁ ନାପସନ୍ଦ କରିଛନ୍ତି । କୋମଳମତି ଶିଶୁମାନଙ୍କ ପାଠ ପଢାରେ ବ୍ୟାଘାତ କରାଇ ରାଜନୈତିକ ଚାପକୁ ପକାଇ ନିଜର ସ୍ତ୍ରୀ କିମ୍ବା ଝିଅର ସ୍ୱାର୍ଥ ପାଇଁ ବଦଳି କରାଇବା ଶିକ୍ଷାବିତ କ୍ଷେତ୍ରରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ଶିକ୍ଷା ନିଦେ୍ର୍ଦଶକ, ଶିକ୍ଷା ବିଭାଗ, କିମ୍ବା ଜିଲ୍ଲା ଶିକ୍ଷା ଓ ବ୍ଲକ ଶିକ୍ଷା ବିଭାଗ କିଭଳି ଅଧା ପାଠ ପଢାରୁ ବଦଳିକୁ ସୁଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି  । ରାଜ୍ୟ ସରକାର କିମ୍ବା ଜିଲ୍ଲାପାଳ ଏଥି ପ୍ରତି ଦୃଷ୍ଟି ଦେବାକୁ ଶିକ୍ଷାବିତମାନେ ଦାବି କରିଛନ୍ତି ।