ନାବାଳିକାଙ୍କୁ ଅସଦାଚରଣ, ଯୁବକ ଗିରଫ 

 ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଅଞ୍ଚଳର ଜୈନିକ ନାବାଳିକାଙ୍କୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ଅସଦାଚରଣ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି ।  ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୧୦/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଜ୍ଞାନରଞ୍ଜନ ସ୍ୱାଇଁ (୨୮)  । ପୁଲିସ ସୂଚନା ପ୍ରକାରେ, ବୁଧବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ହିଞ୍ଜିଳି ଥାନା ଖରିଡା ଗ୍ରାମର ଜ୍ଞାନରଞ୍ଜନ ନିକଟସ୍ଥ ଗ୍ରାମକୁ ଯାଇଥିଲେ । ସେହି ସମୟରେ ଘର ବାରଣ୍ଡାରେ ଜଣେ ନାବାଳିକା ଏକାକୀ ବସିଥିବା ବେଳେ ଯୁବକ ଜଣଙ୍କ କମେଣ୍ଟ କରିଥିଲେ । ନାବାଳିକା ଜଣଙ୍କ ଭୟରେ ଘରକୁ ପଳାଇ ଯାଉଥିବା ବେଳେ ଯୁବକ ଜଣଙ୍କ ନାବାଳିକାଙ୍କୁ ଏକକୀ ପାଇ ଟଣାଓଟରା କରିବା ସହ ଅସଦାଚରଣ କରିଥିଲେ । ଗାଁ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବାୟୁ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣା ନେଇ ନାବାଳିକାଙ୍କ ଜେଜେ ବାପା ଗୁରୁବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା । ଉଭୟଙ୍କ ଡାକ୍ତରୀମାଇନା ପରେ ପୁଲିସ ଗିରଫ ଯୁବକଙ୍କୁ ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଛି ବୋଲି ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।