କୋଇଲା ଖଣିରୁ ଆଉ ୩ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ : କୋଇଲା ଖଣିରେ ବନ୍ୟାଜଳ ପ୍ରବେଶ କରିବା ଘଟଣାରେ ଏବେବି ସର୍ଚ୍ଚ ଅପରେସନ୍ ଚାଲିଛି । ପୂର୍ବରୁ କୋଇଲା ଖଣିରୁ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୩ ଜଣଙ୍କର ମୃତ ଦେହ ଉଦ୍ଧାର ହୋଇଛି । ଅପରପକ୍ଷରେ ଏବେବି ୫ ଶ୍ରମିକଙ୍କ ପତ୍ତା ମିଳିନାହିଁ । ଗତ ସୋମବାର ଆସାମର ଏକ କୋଇଲା ଖଣିରେ ପ୍ରାୟ ୩୧୦ ଫୁଟ ଗଭୀରରେ ଖନନ ଚାଲିଥିବା ସମୟରେ ଏହା ଭିତରେ ହଠାତ ବନ୍ୟାଜଳ ପଶି ଯାଇଥିଲା । ଫଳରେ ଖଣି ଭିତରେ ୯ ଜଣ ଶ୍ରମିକ ଫସିଯାଇଥିଲେ । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ନୌସେନା, ଏନଡିଆରଏଫ୍, ଏସଡିଆରଏଫ ଓ ଦମକଳ ବାହିନୀର ମିଳିତ ଉଦ୍ୟମ କରିଥିଲେ । ବହୁ ଖୋଜାଖୋଜି ପରେ ଗତ ବୁଧବାର ଦିନ ଜଣେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଆଜି ତିନିଜଣ ଶ୍ରମିକଙ୍କ ମୃତଦେହ ଉଦ୍ଧାର ପରେ ମୋଟ ମୃତକଙ୍କ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ୩୧୦ ଫୁଟ ଗଭୀର ଖଣି ଭିତରୁ ଏବେ ମଧ୍ୟ ପାଣି ବାହାର କରିବା ପ୍ରକ୍ରିୟା ଜାରି ରହିଛି । ଓଏନଜିସି ଓ କୋଲ୍ ଇଣ୍ଡିଆ ଆଣିଥିବା ସ୍ୱତନ୍ତ୍ର ମେସିନ ସହାୟତାରେ ଖଣିକୁ ଶୁଖାଇବା ପ୍ରକ୍ରିୟା ଚାଲିଛି ।