ଯୁବତୀଙ୍କ ମୃତଦେହ ଉଦ୍ଧାର 

 ହିଞ୍ଜିଳିକାଟୁ  : ହିଞ୍ଜିଳି ପୁଲିସ ସୋମବାର  ଜଣେ ଯୁବତୀଙ୍କ ମୃତଦେହ ଜବତ କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଗୋପବନ୍ଧୁମାର୍ଗ ଅଞ୍ଚଳର ବର୍ଷା ବେହେରା (୨୦)  । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୧୪/୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଛି । ମୃତୁ୍ୟର ସଠିକ୍ କାରଣ ଜଣାପଡ଼ିନାହିଁ । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ରହସ୍ୟ ଜଣାପଡିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।  ଯୁବତୀ ଜଣଙ୍କ ରବିବାର ରାତ୍ର ଭୋଜନ ସାରି ଶୋଇପଡ଼ିଥିଲେ ସକାଳୁ ଉଠି ଘରର କାମ କରୁଥିବା ବେଳେ ହଠାତ୍ ରକ୍ତ ବାନ୍ତି କରିଥିଲେ । ପରିବାର ଲୋକେ ତାଙ୍କୁ  ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର, ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ମୃତ ଯୁବତୀଙ୍କ ବାପା ମହେଶ୍ୱର ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ହିଞ୍ଜିଳି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ପରିବାର ଲୋକେ ମୃତ ଯୁବତୀଙ୍କ ଚକ୍ଷୁଦାନ କରିଥିବା ପୁଲିସ ସୂଚନା ଦେଇଛି  ।