କିଷାନ ମୋର୍ଚ୍ଚା ପକ୍ଷରୁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

 ନୀଳଗିରି: ସଂଯୁକ୍ତ କିଷାନ ମୋର୍ଚ୍ଚା ନୀଳଗିରି ଆଂଚଳିକ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀରେ ଆନେ୍ଦାଳନ ଚାଲିଛି । କିଷାନ ମୋର୍ଚ୍ଚା ପକ୍ଷରୁ ବିଗତ ଆନେ୍ଦାଳନକୁ ସଫଳ କରି କେନ୍ଦ୍ର ସରକାର ଯେଉଁ କଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ଭୂଲି ପୁଣି ପୂର୍ବ ଆଇନକୁ ପ୍ରଚଳନ କରିବା ପାଇଁ ଯୋଜନା କରୁଛନ୍ତି । ତା’ ସହିତ କୃଷକମାନଙ୍କ ବିରୁଦ୍ଧରେ ବିଭିନ୍ନ ମୋକଦ୍ଦମା ରୁଜୁ କରି ଜେଲ୍ ପଠାଇ ଦେଇଛନ୍ତି । ତେଣୁ ଶୀଘ୍ର ସମସ୍ତ କୃଷକଙ୍କୁ ଜେଲ୍ରୁ ମୁକ୍ତ କରିବା ପାଇଁ ଦାବି କରାଯାଇଛି । ତତ୍ସହିତ ଯଥାଶୀଘ୍ର ଜାତୀୟ କୃଷି ଆଇନ୍କୁ ବନ୍ଦ କରିବାକୁ ଦାବି କରାଯାଇଛି । ଉକ୍ତ ଦାବିପତ୍ର ପ୍ରଦାନ ବେଳେ କୃଷକ ସଙ୍ଗଠନ ପକ୍ଷରୁ ସିତାଂଶୁ ସେନାପତି, ବିଜୟ କୁମାର ପାତ୍ର, ଜ୍ୟୋତିର୍ମୟ ରାଉତ, ସୁଶାନ୍ତ ଜେନା, ଅମରେନ୍ଦ୍ର ନାୟକ, ରାମଚନ୍ଦ୍ର ସିଂ, ନରୋତ୍ତମ ମହାପାତ୍ର, ନାରାୟଣ ଧାମୁଡିଆ, ହେମେନ୍ଦ୍ର ସେଠୀ, ସତ୍ୟଜିତ ଦାସ, ଲକ୍ଷ୍ମୀଧର ସାହୁ, ମୃତୁ୍ୟଞ୍ଜୟ ନାୟକଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ ।