ସୂଚନା ଦେଉନି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଞ୍ଚଳିକ କାର୍ଯ୍ୟାଳୟ
କବାଟବନ୍ଧ: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଞ୍ଚଳିକ କାର୍ଯ୍ୟାଳୟ ସୂଚନା ଅଧିକାର ଆଇନରେ ସୂଚନା ମାଗିଲେ ନିର୍ଦ୍ଧାରିତ ସମୟରେ ଦେଉନି । କେହି ସୂଚନା କର୍ମୀ ତଥ୍ୟ ମାଗିଲେ ମାସକ ଭିତରେ ଦେବାର ନିୟମ ରହିଛି । କିନ୍ତୁ କଳିଙ୍ଗନଗର ଶାଖା ପ୍ରଦୂଷଣ କାର୍ଯ୍ୟାଳୟ ଏହାକୁ ଉଲ୍ଲଘନ କରି ଚାଲିଛି । ମାସକ ଭିତରେ ଦେବା ବଦଳରେ ଦିନ ଗଡ଼ାଇ ଚାଲିବାରେ ଧୂରନ୍ଧର ପାଲଟିଛି । ତଥ୍ୟ ଲୁଚାଇବାକୁ ଏଭଳି ନୀତି ଆପଣାଇଥିବା ସୂଚନା କର୍ମୀ ଅଭିଯୋଗ କରନ୍ତି । ଚିତ୍ରସେନ ନାଥ ନାମକ ଜଣେ ଯୁବ ସମାଜସେବୀ ତଥା ସୂଚନା କର୍ମୀ ତା୧୮ା୩ା୨୪ରେ କିଛି ସୂଚନା ଆଞ୍ଚଳିକ ଜିଲ୍ଲା ପଦୁ୍ୟଷଣ ବିଭାଗକୁ ମାଗିଥିଲେ । ୩୦ଦିନ ଭିତରେ ସୂଚନା ଦେବା କଥା । ହେଲେ ଦୁଇମାସ ହେବାକୁ ଯାଉଥିବା ବେଳେ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଉନି । ସୂଚନା ପ୍ରଦାନରେ ବିଳମ୍ବ କରାଯାଇ ନିୟମର ଖୋଲା ଉଲ୍ଲଘନ କରାଯାଉଛି । ସମସ୍ତ ସରକାରୀ ତଥ୍ୟ ସାର୍ବଜନୀନ କରିବା ନିୟମ ଥିଲେ ସୁଦ୍ଧା ଏହି କାର୍ଯ୍ୟାଳୟ କୌଣସି ତଥ୍ୟ ସାର୍ବଜନୀନ କରୁନି । ଫଳରେ ଲୋକେ ଅନ୍ଧାରରେ ରହୁଛନ୍ତି । ଜିଲାପାଳ, ବିଭାଗୀୟ ଉଚ୍ଚ ଅଧିକାରୀ ଏଥିପ୍ରତି ଦୃଷ୍ଟି ନଦେଲେ ସୂଚନା କର୍ମୀ ଅପିଲ କରିବେ ବୋଲି କହିଛନ୍ତି ।