ଶିଶୁ ମୃତ୍ୟୁକୁ ନେଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

 ଶିଶୁ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା  ।  ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ।ଏହାକୁ ନେଇ ପ୍ରଶ୍ନ କରିବାରୁ ମୃତ ଶିଶୁର ଭଉଣୀକୁ ସୁରକ୍ଷାକର୍ମୀ ମାଡ ମାରିଥିବା ଅଭିଯୋଗ ହୋଇଛି ।  ଏହାକୁ ନେଇ ମେଡିକାଲରେ ଉତ୍ତେଜନା ବଢିଥିବା ବେଳେ ଯାଜପୁର ଟାଉନଥାନା ପୁଲିସ ପୋଲିସ ଘଟଣାସ୍ଥଳରେ ପହଁଚି ବୁଝାସୁଝା କରୁଛି  ।  ସୂଚନା ଅନୁସାରରେ ୧ ବର୍ଷର ଶିଶୁ ପୁତ୍ର ଥଣ୍ଡା ଜ୍ଵରରେ ପୀଡିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ  ।