ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଉପଲକ୍ଷେ  "ଏକ ପେଡ ମା କେ ନାମ’ ଅଭିଯାନକୁ ସ୍ୱାଗତ ଜଣାଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭୁବନେଶ୍ୱର ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ପରିସରରେ ଏକ ଅଁଳା ଗଛ ଚାରା ରୋପଣ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଓ ନିଦେ୍ର୍ଦଶକ ମୋନିଷା ବାନାର୍ଜୀ ମଧ୍ୟ ପିଜୁଳି ଗଛର ଚାରା ରୋପଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ "ଏକ ସୁଭଦ୍ରା ଏକ ଗଛ’ ଅଭିଯାନରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡିଶାର ୧ କୋଟିରୁ ଅଧିକ ସୁଭଦ୍ରାମାନଙ୍କୁ ଗୋଟିଏ ଗୋଟିଏ ଚାରା ରୋପଣ ପାଇଁ ଆହ୍ୱାନ କରିଛନ୍ତି ।