ସିନ୍ଧୁକୁ ଖସିଲା ବରଯାତ୍ରୀ ବସ, ୨୧ ମୃତ
ନୂଆଦିଲ୍ଲୀ,: ଭୟଙ୍କର ଦୁର୍ଘଟଣା । ସିନ୍ଧୁ ନଦୀକୁ ଖସିଲା ବରଯାତ୍ରୀ ବାସ । ଫଳରେ ଏଥିରେ ୨୧ ଜଣଙ୍କ ମୃତୁ୍ୟ ହୋଇଛି । ପାକିସ୍ତାନ ଅଧିକୃତ କାଶ୍ମୀରର ଗିଲଗିତ-ବାଲ୍ଟିସ୍ତାନ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ବରଯାତ୍ରୀକୁ ନେଇ ଏହି ବସ ପଞ୍ଜାବର ଚକୱାଲ ଜିଲ୍ଲା ଆଡକୁ ଯାଉଥିଲା । ତେବେ ରାସ୍ତାରେ ତେଲଚି ପୋଲ ପାର୍ ହେବା ବେଳେ ନିୟନ୍ତ୍ରଣ ହରାଇ ବସଟି ସିନ୍ଧୁ ନଦୀକୁ ଖସି ପଡିଥିଲା । ନଦୀରୁ ୨୧ ଜଣଙ୍କ ମୃତଦେହ ଉଦ୍ଧାର କରଯାଇଛି । ସେହିପରି ଜଣେ ମହିଳା ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ବସ୍ରେ ବସିଥିବା ଅନ୍ୟ ଲୋକଙ୍କୁ ଖୋଜା ଚାଲିଛି । ମୃତୁ୍ୟ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା ରହିଛି । ତେବେ ଏହି ବସ୍ରେ କେତେ ଜଣ ଯାତ୍ରୀ ଥିଲେ ସେ ନେଇ କିଛି ସୂଚନା ମିଳିନାହିଁ । ପୁଲିସ ତଦନ୍ତ ଜାରି ରଖିଛି ।