ଶୈବପୀଠରେ କାଉଡିଆଙ୍କ ଜଳ ଲାଗି
ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ: ଶ୍ରାବଣ ମାସର ତୃତୀୟ ସୋମବାରରେ ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସର ବାବା ଚନ୍ଦ୍ରଶେଖରଙ୍କ ଠାରେ ପ୍ରାୟ ଦେଢ଼ ଲକ୍ଷରୁ ଊଦ୍ଧ୍ୱର୍କାଉଡିଆ ଭକ୍ତ ଜଳଲାଗି କରିଛନ୍ତି । ଶନିବାର ଦିନ ଠାରୁ କାଉଡିଆ ଭକ୍ତମାନଙ୍କ ଆଗମନ କପିଳାସକୁ ହୋଇଥିବାବେଳେ ରବିବାର ଠାରୁ ପୀଠର ଉପରେ ଓ ପାହାଚ ତଳେ ହଜାର ହଜାର କାଉଡିଆ ଭିଡ଼ ଜମାଇଥିଲେ । ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଜଳଲାଗି ପାଇଁ ବିଳମ୍ବିତ ରାତ୍ରିରୁ ଦ୍ୱାର ଫିଟାଯାଇଥିଲା । ଏହାପରେ ଜଳାଭିଷେକ ଆରମ୍ଭ ହୋଇଥିଲା । ମନ୍ଦିର ମୁଖଶାଳା ଓ ରୋଷଘର ପଟରୁ ବାରିକେଟ ମଧ୍ୟ ଦେଇ ଧାଡିରେ କାଉଡିଆମାନେ ଯାଇ ଜଳ ଲାଗି କରିଥିଲେ । ଭକ୍ତମାନଙ୍କର ସମାଗମକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳ ଠାରୁ ଆରମ୍ଭ କରି ପଡୋଶୀ ବ୍ଲକ ଭୁବନ, କାମାକ୍ଷାନଗର, ସଦର ଓଡାପଡା ସହିତ ବିଭିନ୍ନ ଜିଲ୍ଲା ଯାଜପୁର, କଟକ, କେନ୍ଦୁଝର, ଭଦ୍ରକ, ଅନୁଗୁଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ ପୁରୀ ଓ ଭୁବନେଶ୍ୱରରୁ ଭକ୍ତମାନେ ଆସିଥିବାର ଦେଖିବାକୁ ମିଳିଥିଲା । କପିଳାସ ପୀଠକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତା ଯଥା ଭୁବନ, ଛଡେଇଧରା, ଟାଙ୍ଗୀ ଓ ଢେଙ୍କାନାଳ ଆଦି ରାସ୍ତାରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ପୁରୁଷ ମହିଳାମାନେ ଶନିବାର ଠାରୁ ଆରମ୍ଭ କରି ରବିବାର ମଧ୍ୟ ରାତ୍ର ପର୍ଯ୍ୟନ୍ତ ପାଣିଭାର ଦଳ ଦଳ ହୋଇ ଉକ୍ତ ପୀଠକୁ ଆସୁଥିଲେ । ଫଳରେ ରାସ୍ତା ଗୁଡିକରେ ଅନେକ ସ୍ଥାନରେ ଭିଡ଼ ଲାଗି ରହିଥିଲା । ପୀଠରେ ଅତିରିକ୍ତ ତହସିଲଦାର ପ୍ରକାଶ କୁମାର ନାୟକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଗଁଦିଆ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ସେହିପରି ସଦର ବ୍ଲକ ଅନ୍ତର୍ଗତ କରମୂଳ ସ୍ଥିତ ଶ୍ରୀଶ୍ରୀ ଦୌଡେଶ୍ୱର, ନଗେନାସ୍ଥିତ ଶ୍ରୀଶ୍ରୀ ନଗନାଥେଶ୍ୱର, ଚଷାପଡ଼ା ସ୍ଥିତ ଶ୍ରୀ ଶ୍ରୀ ପଶ୍ଚିମେଶ୍ୱର, ଭୋଜଦେଇପୁର ସ୍ଥିତ ଶ୍ରୀଶ୍ରୀ ଭୋଳେଶ୍ୱର, ଲତାଦେଈପୁର ସ୍ଥ ଶ୍ରୀଶ୍ରୀ ଉନ୍ନକୋଟୀଶ୍ୱର ଆଦି ପୀଠରେ କାଉଡ଼ିଆ ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।
ନୀଳଗିରି,୬ା୮: ଶ୍ରାବଣ ମାସର ତୃତୀୟ ସୋମବାରରେ ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ଲକ୍ଷାଧିକ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ଜଳରାଶିରୁ ଜଳ ଉତ୍ତୋଳନ କରି ରବିବାର ରାତ୍ରିରୁ ଜଳାଭିଷେକ