ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ସୁକିନ୍ଦା: ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ସୁକିନ୍ଦା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଉପସ୍ଥିତ ରହି ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ବିଭାଗୀୟ ଅଧିକାରୀ ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ । ମୋଟ ୭୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୩୧,ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ . ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୪୩ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା । ୪୫ଟି ଅଭିଯୋଗର ତକôାଳ ଫଇସଲା କରାଯାଇଥିଲା । ଶିବିରରେ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ୍, ଅତିରିକ୍ତ ଜିଲାପାଳ ଯୁଧିଷ୍ଠିର ନାୟକ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଉପ ଜିଲାପାଳ ତାପସ ରଞ୍ଜନ ଦେହୁରୀ, ତହସିଲଦାର, ସୁକିନ୍ଦା ମାନସ ରଞ୍ଜନ ତ୍ରିପାଠୀ, ଓ ଜିଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗର ଶୁଣାଣି କରିଥିଲେ । ଉକ୍ତ ଜନ ଅଭିଯୋଗ ଶୁଣାଣି ଶିବିରରେ ସୁକିନ୍ଦା ବ୍ଲକ ପିଙ୍ଗଳ ଗ୍ରାମ ପଞ୍ଚାୟତର ଦିବ୍ୟାଙ୍ଗ ପ୍ରେମଲତା ବେହେରାଙ୍କୁ ଏକ ଟ୍ରାଇ ସାଇକଲ ବଣ୍ଟନ କରାଯାଇଥିଲା ।