ଫସଲ ବୀମା ପାଇଁ ୫ କୋଟି ଆବେଦନ
ାା ପ୍ରଭାନୁ୍ୟଜ୍ ।ା ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୫ କୋଟି ଚାଷୀ ଏବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ପାଉଛନ୍ତି । ଏହା ହେଉଛି ବିଶ୍ୱର ସବୁଠାରୁ ବଡ଼ ଫସଲ ବୀମା ଯୋଜନା । ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ସେ କହିଛନ୍ତି ଯେ, ଗତ ୧୦ ବର୍ଷରେ ଅଣ ଋଣୀ ବୀମା ଆବେଦନ ସଂଖ୍ୟା ୨୦ ହଜାରରୁ ବୃଦ୍ଧି ପାଇ ୫ କୋଟିରେ ପହଁଚିଛି । ଦେଶର ୫ କୋଟି ୯୮ ଲକ୍ଷ ହେକ୍ଟର ଜମି ବୀମାଭୁକ୍ତ ହୋଇଥିବାବେଳେ ବୀମା ରାଶି ପରିମାଣ ୨୦୦୭୧୨୯୫ କୋଟି ଟଙ୍କା ହୋଇଛି । ଅପରପକ୍ଷରେ କୃଷକମାନେ ମଧ୍ୟ ୧ ଲକ୍ଷ ୬୪ ହଜାର କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।