ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଆମ ଦାୟିତ୍ୱ

ପୁରୀ : ରଥଯାତ୍ରା ଆରମ୍ଭ ହେବା ସହ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିସାରିଛନ୍ତି । ବର୍ତ୍ତମାନ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଆହ୍ୱାନ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ସଚିବ ଏବଂ ରଥଯାତ୍ରା, ଆଡ଼ପମଣ୍ଡପ ଦର୍ଶନ ଓ ବାହୁଡ଼ାଯାତ୍ରା ସମୀକ୍ଷାର ସ୍ୱତନ୍ତ୍ର ଅଧିକାରୀ ଅରବିନ୍ଦ ଅଗ୍ରୱାଲ ଓ ଜିଲ୍ଳାପାଳ ଚଞ୍ଚଳ ରାଣା । ସୋମବାର ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଳାପାଳ ଚଞ୍ଚଲ ରଣା ଅଧ୍ୟକ୍ଷତା କରି ରଥଯାତ୍ରାର ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ ପାଇଁ ସମସ୍ତ ବିଭାଗକୁ ନିଦେ୍ର୍ଦଶ ଦେଇଥିଲେ । କମିଶନର ଅଗ୍ରୱାଲ ରଥଯାତ୍ରା ଏକ ସାମୂହିକ ଓ ସମ୍ମିଳିତ ଉଦ୍ୟମର କାର୍ଯ୍ୟକ୍ରମ । ଲକ୍ଷଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସୁଛନ୍ତି । ସେମାନେ ଯେମିତି ସୁନ୍ଦର ଦର୍ଶନ ସହ ଭଳ ଅନୁଭୂତି ନେଇ ଫେରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଆଡ଼ପମଣ୍ଡପରେ ପାନୀୟ ଜଳଯୋଗାଣକୁ ଅଧିକ କ୍ରିୟାଶୀଳ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ବିଶେଷ କରି ବ୍ୟାରିକେଡ଼ରେ ଅପେକ୍ଷାରେ ରହୁଥିବା ଶ୍ରଦ୍ଧାଳୁମାନଙ୍କୁ ପାନୀୟ ଜଳ, ଓଆରଏସ୍ ଇତ୍ୟାଦି ବଣ୍ଟନ ସହ ସେମାନଙ୍କ କୌଣସି ସ୍ୱାସ୍ଥ୍ୟ ସମସ୍ୟା ପାଇଁ ପ୍ରସ୍ତୁତ ରହିବାକୁ ନିଦେ୍ର୍ଦଶ ଦେଇଥିଲେ । ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥା, ବିଦୁ୍ୟତ ଯୋଗାଣ, ପରିବହନ ବ୍ୟବସ୍ଥା, ପାର୍କିଂ ସ୍ଥଳର ଉନ୍ନତିକରଣ ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳା ରକ୍ଷା, ସୂଚନା ଓ ପ୍ରସାରଣ ବ୍ୟବସ୍ଥା, ଶ୍ରୀମନ୍ଦିର ପ୍ରଶାସନ ସହ ଯୋଗାଯୋଗ ରଖି ଶ୍ରଦ୍ଧାଳୂୁମାନଙ୍କୁ ବିଭିନ୍ନ ନିତୀକାନ୍ତିର ସୂଚନା ପୟଦାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ଆବଶ୍ୟକତା ଅନୁସାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱେଚ୍ଛାସେବୀ ନିୟୋଜନ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗମାନେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ରାଜସ୍ୱ ଡ଼. ଶରତ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଳାପାଳ ପ୍ରୋଟ୍ରୋକଲ ନିଳମାଧବ ଭୋଇ, ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌରନିର୍ବାହୀ ଅଧିକାରୀ ଅଭିମନୁ୍ୟ ବେହେରା, ପ୍ରମୁଖ ଯୋଗ ଦେଇଥିଲେ ।