‘ନୂତନତା ଓ ଉଦ୍ୟମତା’ ଶୀର୍ଷକ ପ୍ରତିଯୋଗିତା 

ରାଜକନିକା: ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ର + ୩ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୂତନତା ଓ ଉଦ୍ୟମତା ଶୀର୍ଷକ ମୌଖିକ ଓ ପୋଷ୍ଟର ଉପସ୍ଥାପନା ଉପରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ପ୍ରଯୁକ୍ତା ପ୍ରିୟଦର୍ଶିନୀଙ୍କ ସଂଯୋଜନାରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ଉପେନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ । ଏହି ଅବସରରେ ଶୀର୍ଷକକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତା ରେ ରୁପାଲୀ ବେହେରା, ସୋନାଲିକା ବିଶ୍ୱାଳ, ସରୋଜିନୀ ବେହେରା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଏବଂ ବାହ୍ୟ ବିଚାରକ ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜ ବାଣିଜ୍ୟ ବିଭାଗ ଅଧ୍ୟାପକ ବିକାଶ ନାୟକ ସମ୍ମାନିତଅତିଥି ଓ ବିଚାରକ ମଣ୍ଡଳୀ ସଦସ୍ୟ ଭାବେ ପୁରାତନ ଛାତ୍ର ସଂସଦ ସଭାପତି ଅଜୟ କୁମାର ନାଥ, ଅନ୍ୟତମ ବିଚାରକ ଭାବେ ଡ. ଫକୀର ଚନ୍ଦ୍ର ପ୍ରଧାନ,ଡ. ମିର୍ଜା ଇବ୍ରାହିମ ବେଗ ପ୍ରମୁଖ ଯୋଗ ଦେଇଥିଲେ । ଡ. ମିଥିଳା ଦାସ, ପ୍ରଫେସର ସଞ୍ଜୟ କୁମାର ମହାନ୍ତି, ଡ. ଅଜୟ କୁଣ୍ଡ, ମନୋରଞ୍ଜନ ମଲ୍ଲିକ, ସୁରଜ ତନ୍ତୀ, ଶୁଚିସ୍ମିତା ପଣ୍ଡା ପ୍ରମୁଖ ଯୋଗଦେଇ ଥିବା ବେଳେ, ଅଧ୍ୟାପକ ସୟଦ ଟିକି ଧନ୍ୟବାଦ ଅର୍ପଣ କରିଥିଲେ