ଶ୍ରୀ ଜଗନ୍ନାଥ ମୁ୍ୟଜିୟମ ପ୍ରତିଷ୍ଠା ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ

 ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ଧାମର ସମୃଦ୍ଧ  ଇତିହାସ ଓ ପରମ୍ପରା ସଂପର୍କରେ ପୁରୀକୁ ଆସୁଥିବା ଭକ୍ତଗଣଙ୍କୁ ଜଣାଇବା, ପୁରୀକୁ ଏକ ଉତ୍ତମ ପର୍ୟ୍ୟଟନ ସ୍ଥଳୀ ଭାବେ ଗଢି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପୁରୀ ଠାରେ ଏକ ବିଶ୍ୱସ୍ତରୀୟ ଶ୍ରୀ ଜଗନ୍ନାଥ ମୁ୍ୟଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହାକୁ କାର୍ୟ୍ୟକାରୀ କରିବା ପାଇଁ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ସଂପୃକ୍ତ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ଶ୍ରୀ ଜଗନ୍ନାଥ ମୁ୍ୟଜିୟମ, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ଗୋଟିଏ ପରିସରରେ ନିର୍ମିତ ହେବାକୁ ଥିବାବେଳେ ଏଥିପାଇଁ ସ୍ଥାନ ନିରୂପଣ ଓ ଆନୁଷଙ୍ଗିକ ପ୍ରସ୍ତୁତି ନିମନ୍ତେ ଏକ କମିଟି ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ଏହି ବ୍ୟବସ୍ଥା କରାଯିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏକ ସୁଯୋଗ ପ୍ରଦାନ କରିଛି  । ଏହାର ନିର୍ମାଣ କିପରି ଗୁଣାତ୍ମକ ଓ ଆକର୍ଷଣୀୟ ହେବ, ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି  । ବୈଠକରେ ରାଜ୍ୟ ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂ, ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢୀ, ମସô୍ୟ ଓ ପ୍ରାଣୀ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।