ଶ୍ରୀକ୍ଷେତ୍ର ଫିଜିଓ ମନ୍ଥନ-୨୦୨୪ ଅନୁଷ୍ଠିତ
ପୁରୀ: ହେଲ୍ଥ ଆଣ୍ଡ ହାର୍ମୋନି ଓ ଦି ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିଓଥେରାଫିଷ୍ଟ ପକ୍ଷରୁ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟଗ ମନ୍ତ୍ରଣାଳୟ ସହଯୋଗରେ ‘ଶ୍ରୀକ୍ଷେତ୍ର ଫିଜିଓ ମନ୍ଥନ-୨୦୨୪’ ପୁରୀ ବେଳାଭୂମିରେ ଏମ୍ଏସ୍ଏମ୍ଇ ଟ୍ରେଡ୍ ଫେୟାର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ବିଭିନ୍ନ ଚିକିସôା ବିଭାଗରୁ ବିଶେଷଜ୍ଞଙ୍କୁ ଏକାଠି କରି ନିଜର ଅନୁଭବ ଓ ଅଭିଜ୍ଞତା ଆଦାନ ପ୍ରଦାନ କରିବାକୁ ରୋଗୀଙ୍କ ସଫଳ ଉପଚାର ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ଏହି ସମ୍ମିଳନୀ ଏକ ସୁଯୋଗ ଆଣିଦେବ ବୋଲି ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅସ୍ତିଶଲ୍ୟ ବିଶେଷଜ୍ଞ ଡ. ସନ୍ଦୀପ ସିଂ, ସ୍ନାୟୁ ରୋଗ ବିଶେଷଜ୍ଞ ଡ. ସୂର୍ଯ୍ୟପ୍ରକାଶ ଏସ୍ ଚୌଧୁରୀ, ଫିଜିଓ ଥେରାଫିଷ୍ଟ ଡ. କୌସିକ ମଲ୍ଲିକ ମଞ୍ଚାସୀନ ଥିଲେ । ଏଥିରେ ଅଧ୍ୟକ୍ଷତା କରିଥିଲେ ନୁ୍ୟରୋ ଫିଜିଓଥେରାଫିଷ୍ଟ ଡ. ଅମ୍ଳାନ ଜ୍ୟୋତି ମହାନ୍ତି । ଆବାହିକା ଡ. ରଶ୍ମିରେଖା ମହାନ୍ତି କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ, ସଂଗଠନ ସମ୍ପାଦକ ଡ. ଶିବାନୀ ଶଙ୍କର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୁନାମଧନ୍ୟ ଫିଜିଓଥେରାପି ପ୍ରତିନିଧିଙ୍କୁ ନେଇ ସ୍ନାୟୁ ରୋଗ, ଅସ୍ଥି, ହୃଦରୋଗ ଓ ସ୍ତ୍ରୀ ରୋଗ ସମ୍ବନ୍ଧରେ ୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଥିମ୍ ଥିଲା ‘ଫିଜିଓଥେରାପି ଟୁ ଫିଜିଓପାଥି ଏକ ନୂଆ ଅଧ୍ୟାୟ’ । ଉଦେ୍ଦଶ୍ୟ ଥିଲା ସ୍ୱାସ୍ଥ୍ୟସେବା ସମୁଚୟ । ସଭାକାର୍ଯ୍ୟ ସଞ୍ଚାଳନ କରିଥିଲେ ସାହିତି୍ୟକ ଶ୍ୟମପ୍ରକାଶ ସେନାପତି । ଆଲୋଚନା ଚକ୍ରକୁ ଡ. ଏଲିନା ପଟ୍ଟନାୟକ, ସେବାଦ୍ୱତି ମିଶ୍ର ଓ କଲ୍ୟାଣୀ ମହାରଣା ସଞ୍ଚାଳନ କରିଥିଲେ ।