ବିନା ଅନୁମତିରେ ଅପେରା ପ୍ରଦର୍ଶନ, ପ୍ରଶାସନ ଚୁପ୍ 

 ରାଜନଗର: ରାଜନଗର ବ୍ଲକ୍ କେରୁଆଁପାଳ ପଞ୍ଚାୟତ ପ୍ରଭାତୀ ଗ୍ରାମରେ ମା ମନୀଷା ଯାତ୍ରା କମିଟ୍ ପକ୍ଷରୁ ସ୍ୱର୍ଣ୍ଣ ମନ୍ଦିର ଯାତ୍ରା ପାଟି ନାଟକ ମଞ୍ଚସ୍ଥ କରୁଛି । ଏହି ଯାତ୍ରା ପାଇଁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅନୁମତି ଆସିନଥିବା ଜଣାପଡିଛି । ମା ମନୀଷା ଯାତ୍ରା କମିଟ ପକ୍ଷରୁ ଚଳିତ ମାସ ୨୦ତାରିଖ ଦିନ କେନ୍ଦ୍ରାପଡା ଉପଜିଲ୍ଲାପାଳଙ୍କ ଆଦେଶ ନଂ- ୧୨୨୨୨ ଅନୁଯାୟୀ ତା୨୧ା୧୨ା୨୦୨୪ ରିଖଠାରୁ ତା୨୭ା୧୨ା୨୦୨୪ରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପୀ ଉସôବ କରିବା ପାଇଁ ଅନୁମତି ଅଣାଯାଇଥିଲା । ମାତ୍ର ମିଆଦ ଅବଧି ପୂରିବା ପରେ ୨୮ା୧୨ା୨୦୨୪ ତାରିଖରେ ମଧ୍ୟ ଉତ୍ସବ ଓ ଯାତ୍ରା ପରିବେଷଣ ହେଉଥିବା ଅଭିଯୋଗ ହୋଇଛି ।
ଅନୁମତିର ମିଆଦ ୨୭ତାରିଖରେ ଶେଷ ହୋଇଯାଇଛି  । ୨୮ତାରିଖରୁ ପୁନର୍ବାର ଯାତ୍ରା କରିବା ପାଇଁ ତହସିଲଦାର, ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି, ବିଦୁ୍ୟତ ବିଭାଗର ସହକାରୀ ଯନ୍ତ୍ରୀ କିମ୍ବା କନିଷ୍ଠ ଯନ୍ତ୍ରୀ, ଅଗ୍ନିଶମ ବିଭାଗ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ତଦନ୍ତ ରିପୋର୍ଟ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପତ୍ରାଙ୍କ ନଂ- ୧୨୩୮୨, ତା୨୭ା୧୨ା୨୦୨୪ରିଖରେ ଯାତ୍ରା କମିଟି କର୍ମକର୍ତା ଏକ ଚିଠି ଆଣି ଏହା ଅନୁମତିପତ୍ର ଦର୍ଶାଇ ସମସ୍ତ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ତଦନ୍ତ ପାଇଁ ଆସିଥିବା ଏହି ଚିଠିକୁ ଦେଖାଇ ବିଦୁ୍ୟତ ସଂଯୋଗ ନିଆଯାଇଥିବା କନିଷ୍ଠ ଯନ୍ତ୍ରୀ ସତୀଶ ସିଂ ସୂଚନା ଦେଇଛନ୍ତି । ଏସମ୍ପର୍କରେ ତାଳଚୁଆ ସାମୁଦ୍ରିକ ଥାନାଧିକାରିଣୀ ସଶ୍ମିତା ସାହୁଙ୍କୁ ପଚାରିବାରୁ ଯାତ୍ରା ପାଇଁ ଅନୁମତି ଆଣିଛନ୍ତି କି ନାହିଁ ସେ ବିଷୟରେ ଜାଣିନାହାନ୍ତି । ପୁରୀରେ ଅଛନ୍ତି । ଯାତ୍ରା ବନ୍ଦ କରିବାକୁ ଏସ୍ଆଇଙ୍କୁ କହଛନ୍ତି । ସବଇନ୍ସିପେକ୍ଟର ଅନିଲ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଯାତ୍ରା ବନ୍ଦ ହୋଇଛି । ସେମାନେ ଅନୁମତି ଆଣିଲେ ଯାତ୍ରା କରିବେ ବୋଲି କହିଛନ୍ତି । ସବୁଠାରୁ ବଡକଥା ହେଉଛି, ବିନା ଅନୁମତିରେ ଯାତ୍ରା ପରିବେଷଣ ହେଉଛି କିପରି ? ଯାତ୍ରା ସମୟରେ ଯଦି କିଛି ଅଘଟଣ ଘଟେ ତାହା ହେଲେ କିଏ ଦାୟୀ ରହିବ? ପ୍ରଶାସନିକ ଅଧିକାରୀମାନେ ମୋଟା ଅଙ୍କର ଉକେôାଚ ନେଇ ଯାତ୍ରା କରିବାକୁ ଅନୁମତି ଦେଇନାହାନ୍ତି ତ ! ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।