କମ୍ପୁ୍ୟଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ

 କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜରେ କମ୍ପୁ୍ୟଟର ବିଜ୍ଞାନ ବିଭାଗର ଆଲୁମିନି ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତମାନ  ଅଧ୍ୟାପକଙ୍କ ସହ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପୁରାତନ କମ୍ପୁ୍ୟଟର ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା କରିଥିଲେ । କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ପ୍ରଭାକର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ଅଭିନ୍ନ ଅଙ୍ଗ ବୋଲି ମତବ୍ୟକ୍ତ କରିଥିଲେ । ବିଭାଗୀୟ ମୁଖ୍ୟ ଡ. ଆନନ୍ଦ ଚନ୍ଦ୍ର ନାୟକ ବୈଠକରେ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀଙ୍କ ସହାୟତାରେ ବିଭାଗର ବିକାଶ ସମ୍ଭବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟାରାଣୀ ମହାରଣା, ସଂଞ୍ଜୟ ସ୍ୱାଇଁ, ସୁବ୍ରତ ପାତ୍ର, ଜ୍ୟୋତି ପ୍ରକାଶ କର, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବାର୍ଷିକ ମୁଖପତ୍ର କୁ ବୈଠକରେ ଉନ୍ମୋଚନ କରା ଯାଇଥିଲା । ଆଲୁମିନିଙ୍କ ମଧ୍ୟରୁ ଅଶ୍ୱିନୀ ରାଉତ, ବିକ୍ରମ ବାରିକ, ପ୍ରବୀର ସାହୁ, ସୌମ୍ୟରଞ୍ଜନ ରାଉତ, ପ୍ରଭାତ ଦାସ, ଶ୍ରଦ୍ଧାଞ୍ଜଳୀ ପାଢୀ ଓ କଳ୍ପନା ଧଳ ପ୍ରମଖ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।