କେବଲ ଟେଲିଭିଜନ ନେଟ୍ୱର୍କ ନିୟମରେ ସଂଶୋଧନ 

 ନୂଆଦିଲ୍ଲୀ : କେବୁଲ ଅପରେଟରଙ୍କ ପାଇଁ ଖୁସୀ ଖବର । ସରଳ ହେବ ପଞ୍ଜିକରଣ ପ୍ରକ୍ରିୟା । ଅନ୍ଲାଇନ୍ରେ ହେବ ପଞ୍ଜିକରଣ । ଏନେଇ ବିଜ୍ଞପ୍ତି ଜାରି କରିଛି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ । ଆଜି ସ୍ଥାନୀୟ କେବୁଲ ଅପରେଟର (ଏଲସିଓ) ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ପାଇଁ କେବୁଲ ଟେଲିଭିଜନ ନେଟୱାର୍କ ନିୟମ ୧୯୯୪ (ନିୟମ)ରେ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରିଛି । ଆଜିଠାରୁ ଏଲ୍ସିଓ ପଞ୍ଜୀକରଣ ସମ୍ପୂର୍ଣ୍ଣ ଭାବେ ଅନଲାଇନରେ ହେବ । ମନ୍ତ୍ରଣାଳୟ ଏହାର ପଞ୍ଜିକରଣ ପ୍ରାଧୀକରଣ ଭାବେ କାର୍ଯ୍ୟ କରିବ । ଆବେଦନକାରୀଙ୍କ ଆଧାର, ପାନ୍, ସିଆଇଏନ୍, ଡିଆଇଏନ୍ ଇତ୍ୟାଦି  ବିବରଣୀ ସଫଳତାର ସହ ଯାଞ୍ଚ କରାଯିବ । ପରେ ବାସ୍ତବ ସମୟରେ ଏଲ୍ସିଓ ପଞ୍ଜିକରଣ ପ୍ରମାଣପତ୍ର ଜାରି କରାଯିବ ।
ପଞ୍ଜିକରଣର ନବୀକରଣ ପାଇଁ ଆବେଦନ ପଞ୍ଜିକରଣର ଅବଧି ଶେଷ ହେବାର ଅତିକମରେ ୯୦ ଦିନ ପୂର୍ବରୁ କରାଯିବା ଆବଶ୍ୟକ । ଯଦି କୌଣସି ସହାୟତା ଆବଶ୍ୟକ ହୁଏ ତେବେ ପୋର୍ଟାଲରେ ଉପଲବ୍ଧ ହେଲ୍ପଲାଇନ୍ ନମ୍ବର ସହିତ ଯୋଗାଯୋଗ କରିପାରିବେ ।