ସିପିଆର୍ ତାଲିମ୍ ଶିବିର 

 ଫୁଲବାଣୀ :  ଫୁଲବାଣୀ ସହରର ମହାବିଦ୍ୟାଳୟ ଓ ସରକାରୀ ନର୍ସିଂ ମହାବିଦ୍ୟାଳୟରେ ସତ୍ୟ ସାଇ ସଂଗଠନର ତାଲିମ ପ୍ରାପ୍ତ  ସିପିଆର୍ ଟ୍ରେନରଙ୍କ ଦ୍ୱାରା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମରେ ଛାତ୍ରଛାତ୍ରୀ, ଯୁବକ ଯୁବତୀମାନଙ୍କୁ ସିପିଆର୍ ମାଧ୍ୟମରେ ଜୀବନକୁ କିପରି ମୃତୁ୍ୟ ମୁଖରୁ ବଞ୍ଚାଇପାରିବେ ଓ ରକ୍ଷା କରିପାରିବେ ସେହି କୌଶଳ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ମାନିକ୍ୱିନ ଡମୀ ପ୍ରୟୋଗ କରି ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା । ପବ୍ଲିକ ସ୍କୁଲ, ସରକାରୀ ନର୍ସିଂ ମହାବିଦ୍ୟାଳୟ, କର୍ମେଲ ସ୍କୁଲ, ସରକାର ମହାବିଦ୍ୟାଳୟ ଛାତ୍ରୀନିବାସ ଓ ନବୋଦୟ ବିଦ୍ୟାଳୟରେ ଆୟୋଜିତ ଏହି ତାଲିମରେ ୧୦୦୦ରୁ ଊର୍ଦ୍ଧ୍ୱ  ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନେ ସଫଳ ଭାବେ ଅଂଶଗ୍ରହଣ କରିଥିଲେ । ଏଥିରେ ସତ୍ୟ ସାଇ ସେବା ସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।