ସଚିବାଳୟ କର୍ମଚାରୀଙ୍କ କ୍ରୀଡ଼ା ପ୍ରତିଯୋଗିତା : ଯୋଗାଣ ବିଭାଗ ବିଜୟୀ

ଭୁବନେଶ୍ୱର: ଲୋକସେବା ଭବନ ପରିସରରେ ୧୦ ଦିନ ଧରି ଚାଲିଥିବା କେଏନ୍ କପ ପୁରୁଷ ବିଭାଗ ଭଲିବଲ୍ ଓ ମହିଳା ବିଭାଗ ଥ୍ରୋ ବଲ ପ୍ରତିଯୋଗିତା ଶେଷ ହୋଇଛି । ପୁରୁଷ ଭଲିବଲ ଫାଇନାଲ ମ୍ୟାଚ୍ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ୨-୧ ସେଟ୍ରେ ହରାଇ ଚାମ୍ପିଅନ୍ ହୋଇଛି । ସେହିଭଳି ମହିଳା ଥ୍ରୋ ବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜସ୍ୱ ବିଭାଗକୁ ୨-୦ ସେଟ୍ରେ ହରାଇ  ବିଜୟୀ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସଫଳତା ପାଇଁ ବିଭାଗୀୟ ଅଧିକାରୀ ମାନେ ଅଭିନନ୍ଦନ ଜଣାଇଥିଲେ । ଏଥିସହ ଉକ୍ତ ବିଭାଗ ଭଲିବଲ ଓ ଥ୍ରୋବଲ ପ୍ରତିଯୋଗିତାରେ ନିଜର ବିଜୟ ଧାରା ବଜାୟ ରଖିବାରେ ସଫଳ ହୋଇଛି । ଟୁର୍ଣ୍ଣାମେଣ୍ଟରେ ବିଭିନ୍ନ ବିଭାଗ ଯୋଗ ଦେଇ ସେମାନଙ୍କ କ୍ରୀଡ଼ା ଦକ୍ଷତା ପ୍ରଦର୍ଶିତ କରିଥିଲେ ।