ଅଟୋରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମ ନିକଟରେ ଏକ ଅଟୋରେ ଜଣେ ଯୁବକଙ୍କର ମୃତଦେହ ଠାବ ହୋଇଛି । ମୃତ ଯୁବକ କ୍ଷିରୋଦ ମେହେର ଓ ତାଙ୍କ ଘର ବରଗଡ଼ ଜିଲ୍ଲା ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ଦରବେକେଲା ଗ୍ରାମର ବୋଲି ଜଣାପଡ଼ିଛି
ମିଳିଥିବା ସୂଚନା ଅନୁଯାୟୀ, ଦରବେକେଲା ଗ୍ରାମର କ୍ଷିରୋଦ ପଦ୍ମପୁର ଯାଉଥିବା ନେଇ କହି ଘରୁ ବହାରିଥିଲେ । ହେଲେ ରାତିରେ ଆଉ ଫେରି ନ ଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇ ନ ଥିଲେ । ସକାଳୁ ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ନିକଟରେ ଏକ ଅଟୋରେ ଜଣେ ଯୁବକର ମୃତଦେହ ପଡ଼ିଥିବା ନେଇ ଅଞ୍ଚଳବାସୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ମୃତ ଯୁବକ ଦରବେକେଲା ଗ୍ରାମର କ୍ଷିରୋଦ ମେହେର ବୋଲି ଜାଣିବାକୁ ପାଇ ପରିବାର ବର୍ଗଙ୍କୁ ଖବର ଦେଇଥିଲା । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିଥିବା ଜଣାପଡ଼ିଛି । ପୁଲିସ ମୃତଦେହ ଉଦ୍ଧାର କରିବା ପରେ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି ।