ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ପଦନପୁର ଚାମ୍ପିଅନ
ରାଜକନିକା: ଓଳାଭର ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ କାଳୀ ପଡ଼ିଆଠାରେ ଚାଲିଥିବା ଏକ ଦିବସୀୟ ଓଳାଭର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଖେଳଟି ପଦନପୁର ଆଳି ବନାମ ଏନଏସି ଚାନ୍ଦବାଲି ମଧ୍ୟରେ ହୋଇଥିଲା । ଏଥିରେ ପଦନପୁର ଆଳି ୨-୦ ଗୋଲରେ ଚାନ୍ଦବାଲି କୁ ପରାସ୍ତ କରି ଚମ୍ପିୟାନ ହୋଇଛି । କ୍ରୀଡା ଶିକ୍ଷକ ଶିବ ପ୍ରସାଦ ମଲ୍ଲିକଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥି ଭାବେ ପେଗରପଡା ପଞ୍ଚାୟତର ସମିତି ସଭ୍ୟ ପ୍ରବେଶନ ମଲ୍ଲିକ, ସମ୍ମାନିତ ଅତିଥିଭାବେ ଉକ୍ତ ପଞ୍ଚାୟତର ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲ୍ଲିକ,୨୯ନଂ ଜୋନ ସଭାପତି ଦିଲୀପ ପରିଡା ଜିଲ୍ଲା ବିଜେପି କାର୍ଯ୍ୟକାରୀ ସଦସ୍ୟ ଅଞ୍ଚଳ ନାୟକ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କ ସହ ପରିଚିତ ହୋଇ ବିଜେତା ଦଳକୁ ଦୁଇ ହଜାର ଟଙ୍କା ସହିତ ଟ୍ରଫି ଓ ଉପବିଜେତା ଦଳକୁ ଏକ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିବା ସହ ବିଜେତା ଦଳର ଦିନେଶ ତରାଇ ଓ ସେକ ସଲିମଙ୍କୁ ଯଥା କ୍ରମେ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରିଥିଲେ । ଏହି ଟୁର୍ନାମେଣ୍ଟର ଉଦଘାଟନୀ ଖେଳ ନେତାଜୀ କ୍ଳବ ତରାସ ଓ ଏନଏସି ଚାନ୍ଦବାଲି ମଧ୍ୟରେ ହୋଇଥିଲା । ଏହି ଖେଳରେ ମୁଖ୍ୟଅତିଥି ଭାବେ ଓଳାଭର କଲେଜ ଅଧକ୍ଷ ପ୍ରଫେସର ହଳଧର ବେହେରା, ସମ୍ମାନିତ ଅତିଥି ଭାବେ ବ୍ଲକ ଯାଦବ ସଭାର ସଭାପତି ପଞ୍ଚାନନ ଦାସ, ପ୍ରାକ୍ତନ ସୁବେଦାର ମେଜର ବୀରବର ପାତ୍ର, ପ୍ରାକ୍ତନ ସୈନିକ କ୍ୟାପଟେନ ଅଭୟ ଲେଙ୍କା, ଅଧ୍ୟାପକ ରବୀନ୍ଦ୍ର ସେନାପତି, କ୍ରୀଡ଼ାବିତ ପର୍ଶୁରାମ ସାହୁ ଓ ବାସୁଦେବ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଆସୋସିଏସନର ସଭାପତି ଅରୁଣ କୁମାର ବାରିକ, ପ୍ରାକ୍ତନ ସମ୍ପାଦକ ଅକ୍ଷୟ କୁମାର ନାଥ, ସମ୍ପାଦକ ପ୍ରୟାଗ ନାୟକ, ସହ ସମ୍ପାଦକ ସତ୍ୟ ପ୍ରକାଶ ଜଗତି, ସଞ୍ଜୟ ପୃଷ୍ଟି, ସେକ ହାସୀମ, ରାଖାଲ ଦେ ମାନସ ନାୟକ, ସୁବ୍ରତ ସାହୁ ଓ ସୁମନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତମାମ ଖେଳକୁ ଶିବ ପ୍ରସାଦ ମଲ୍ଲିକ, ଅରୁଣ କୁମାର ବାରିକ, ତାଜ ଉଦିନ ଖାନ, ସୁଶାନ୍ତ ବିଶ୍ୱାଳ, ଚିତ୍ତରଞ୍ଜନ ଓଝା ପରିଚାଳନା କରିଥିଲେ । ଆସୋସିଏସନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।