‘ସତ୍ୟ ଓ ସ୍ୱାଧୀନତା ସାମ୍ବାଦିକତାର ଧର୍ମ ହେଉ’

 ଢେଙ୍କାନାଳ : ଭାରତୀୟ ଜନ ସଂଚାର ସଂସ୍ଥାନ ପରିସରରେ ଶୁକ୍ରବାର ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି  । ଏହି ଅବସରରେ ପ୍ରତିଷ୍ଠାନର ଆଞ୍ଚଳିକ ନିଦେ୍ର୍ଦଶକ ପ୍ରଫେସର ଆନନ୍ଦ ପ୍ରଧାନ ଜାତୀୟ ପତାକା ଉତ୍ତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଛନ୍ତି  । ମହାପୁରୁଷମାନେ ନିଜର ପ୍ରାଣବଳୀ ଦେଇ ଏହି ଦିନ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ, ଏଣୁ ଅଗଷ୍ଟ ୧୫ ପ୍ରତି ଭାରତୀୟଙ୍କ ପାଇଁ ବହୁ ଆଶା ଓ ଆକାଂକ୍ଷାର ଦିନ ହୋଇଥିବା କହିଛନ୍ତି । ସେହିପରି ଆଗାମୀ ଦିନରେ ଶୃଙ୍ଖଳିତ ତଥା ବିକଶିତ ଭାରତ ଗଠନ ନେଇ ସଭିଙ୍କୁ ଏହି ପବିତ୍ର ଦିନରେ ଶପଥ ନେବାକୁ ହେବ, ଫଳରେ ଶହୀଦ ସଂଗ୍ରାମୀଙ୍କ ପ୍ରାଣବଳୀ ବ୍ୟର୍ଥ ହେବନି ବୋଲି ସେ ପ୍ରକାଶ କରିଛନ୍ତି । ପରେ ପ୍ରଫେସର ମୃଣାଳ ଚାଟାର୍ଜୀ ଦିବସ ପାଳନର ଉଦେ୍ଦଶ୍ୟକୁ ନେଇ ବକ୍ତବ୍ୟ ରଖିଥିଲେ  । ବର୍ତ୍ତମାନ ପରିପ୍ରେକ୍ଷୀରେ ସତ୍ୟ ଓ ସ୍ୱାଧୀନତା ସାମ୍ବାଦିକତାର ଧର୍ମ ହେଉ ବୋଲି ମତ ରଖିଥିଲେ । ପତାକା ଉତ୍ତୋଳନ ପରେ କ୍ୟାମ୍ପସ ସଫେଇ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  । ଓଡ଼ିଆ ଓ ଇଂରାଜୀ ସାମ୍ବାଦିକତା ଏବଂ 'କର୍ପୋରେଟ କମୁ୍ୟନିକେସନ ଏବଂ ବ୍ରାଣ୍ଡ ମେନେଜମେଣ୍ଟ' ବିଭାଗର ବିଦ୍ୟାର୍ଥୀମାନେ ଦେଶାତ୍ମବୋଧକ ନୃତ୍ୟ, ସଙ୍ଗୀତ ପରିବେଷଣ କରିବା ସହ ଶ୍ଳୋଗାନ ଦେଇଥିଲେ । ଆସିସଟାଣ୍ଟ ପ୍ରଫେସର ଆଭା ସିଂ, ପାରସ ଯାଦବ ଏକାଡେମୀକ ତଥା ଟିଚିଙ୍ଗ ଆସୋସିଏଟ ହରେକୃଷ୍ଣ ପ୍ରଧାନ, ଆକାଡେମୀକ ସଂଯୋଜକ ଜିତେନ୍ଦ୍ର ପତି, ଲାଇବ୍ରେରୀ ଇନଚାର୍ଜ ଶୁଭଙ୍କରୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।