ଫେରିଲା ଡାଇରିଆ : ୨ ମୃତ, ୨ ଗୁରୁତର 

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକକୁ ପୁଣି ଫେରିଛି ଡ଼ାଇରିଆ ।  ଉକ୍ତ ରୋଗରେ ପୀଡିତ ହୋଇ ଦୁଇ ଜଣଙ୍କର ମୃତୁ୍ୟ ହୋଇଥିବା ସ୍ଥଳେ ଅନ୍ୟ ଦୁଇ ଜଣ ଗୁରୁତର ଥିବାର ଜାଣିବାକୁ ମିଳିଛି । ଶ୍ରୀରାମଣ୍ଟନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ମନ୍ଦାର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାଏପୁର ଗ୍ରାମର ଶବର ସାହିରେ ଗତକାଲି ଠାରୁ ଉକ୍ତ ରୋଗରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଛନ୍ତି  ।  ଗତକାଲି ରାତ୍ରିରେ ଚିକିସôାଧୀନ ଥିବା ସମୟରେ କଟକ ବଡ ମେଡିକାଲ ରେ ସିନିବାସ ଦେହୁରୀ ମୃତୁ୍ୟ ବରଣ କରିଥିବା ବେଳେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଣ୍ଟିକିସôା କେନ୍ଦ୍ରରେ ସୁନୀଳ ଦେହୁରୀର ଚିିକିସôା ଅବସ୍ଥାରେ ମୃତୁ୍ୟ ହୋଇଛି । ଉକ୍ତ ସାହିର ଆଉ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିସôାଧୀନ ଅଛନ୍ତି ।  ମଙ୍ଗ ଦେହୁରୀ କଟକ ବଡ ମେଡିକାଲ ଓ କବିରାଜ ଦେହୁରୀ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିିକିସôା କେନ୍ଦ୍ରରେ ଚିକିସ୍ଥିତ ଅଛନ୍ତି  । ତଥାପି ସେହି ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାଯାଏ । ଧୀରେ ଧୀରେ ଉକ୍ତ ସାହିରେ ଉକ୍ତ ରୋଗ କାୟାବିସ୍ତାର କରିବାକୁ ଆରମ୍ଭ କଲାଣି ଯାହାକି ଆଗାମୀ ଦିନରେ ବ୍ଲକ ପାଇଁ ବିପଦ ସାଜିପାରେ, ମନ୍ଦାର ପଞ୍ଚାୟତ ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ସାହୁ, ଭ୍ରମରବର ରାଉତ, ଆର୍ତ୍ତବନ୍ଧୁ ବେହେରା ଓ ବିଶ୍ୱନାଥ ବେହେରା ପ୍ରମୁଖ ଉକ୍ତ ସାହିରେ ଯାଇ ଜନସାଧାରଣ ମାନଙ୍କୁ ସଚେତନ କରିବା ସହିତ ତୁରନ୍ତ ଆଉ ଜୀବନ ଦୀପ ଲିଭିଯିବା ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଯୁଦ୍ଧ କାଳୀନ ଭିତିରେ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।