ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ୍ : ରାଜ୍ୟସରକାର
ଭୁବନେଶ୍ୱର: ସବୁ ସରକାରୀ କୋଠାରେ ଲାଗିବ ସୋଲାର ପ୍ୟାନେଲ। ପିଏମ-ସୂର୍ଯ୍ୟଘର ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରେସକୋ ମଡେଲରେ କୋଠା ହେବ ସୌରଚାଳିତ। ଦେଢ ହଜାର ସରକାରୀ କୋଠା ଚିହ୍ନଟ ହେବ। ଓରେଡ଼ା ପକ୍ଷରୁ କରାଯାଉଛି ସର୍ଭେ। ସର୍ଭେରେ ସହଯୋଗ ଲାଗି ସବୁ ବିଭାଗକୁ ଚିଠି ଲେଖାଯାଇଛି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୁକ୍ତ ବିଦ୍ୟୁତ୍ ଯୋଜନା ଆରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ବିଦ୍ୟୁତ୍ ଯୋଜନା ଅଧୀନରେ ହିତାଧିକାରୀମାନେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତର ସୁବିଧା ପାଇବେ।