ସମାଜସେବୀ ନିରଞ୍ଜନ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା : ବାରୁଅ ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ବାଣୀବିନୋଦ ସାହିତ୍ୟ ସେବା ନିକେତନ ଆନୁକୂଲ୍ୟରେ ଦିବଂଗତ ନିରଞ୍ଜନ ପରିଡାଙ୍କ ପୁଣ୍ୟ ଦ୍ୱାଦଶାହ ଉପଲକ୍ଷେ ଆୟୋଜିତ ସ୍ମୃତି ସଭାରେ ବହୁ ବ୍ୟକ୍ତି ଉପସ୍ଥିତ ରହି ତାଙ୍କର ସ୍ମୃତିଚାରଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଙ୍ଗୀତ ନିଦେ୍ର୍ଦଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ସ୍ୱର୍ଗତ ପରିଡାଙ୍କ ଆଦର୍ଶ ବ୍ୟକ୍ତିତ୍ୱ ଏବଂ ସମାଜସେବା ପ୍ରତି ଥିବା ପ୍ରତିବଦ୍ଧତା ସମ୍ପର୍କରେ ଆଲୋକପାତ କରିଥିଲେ । ଭାବଗ୍ରାହୀ କଳା ନିକେତନ ପକ୍ଷରୁ ଉପେନ୍ଦ୍ର ପାଢ଼ୀ, ନିରୁପମା ଜେନା, ରଞ୍ଜନ ବରାଳ, ଅଜୟ ଜେନା, ସୁନୀଲ ଦାସ, ତୋଫାନ ମଲିକ ଏବଂ ବିମଳ ପରିଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ଗାଇଥିଲେ । ବ୍ଲକ୍ ଅଧ୍ୟକ୍ଷ ଫକୀର ଖଟୁଆ, ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ, କବି ଗଗନ ଜେନା, ଗୌରାଙ୍ଗ ଭାଇ, ଗୁରୁ ସମୀରଞନ ଦାସ, ପ୍ରମୋଦ ଦାସ, ନାଟ୍ୟକାର ଭୀମସେନ ପ୍ରଧାନ, ଅଖିଳ ସ୍ୱାଇଁ, ରଞ୍ଜନ ପରିଡା, ଶିକ୍ଷାବିତ ରନôାକର ବରାଳ, ଉତମ ପରିଡା, ସମ୍ବିତ ଶ୍ରୀଚନ୍ଦନ, ଦୟାନିଧି ପରିଡା, ପ୍ରାକ୍ତନ ସରପଞ୍ଚ ଭାଗୀରଥି ଜେନା ପ୍ରମୁଖ ବ୍ୟକ୍ତିମାନେ ସ୍ୱର୍ଗତ ପରିଡାଙ୍କୁ ଜଣେ ସରଳ, ମିଷ୍ଟଭାଷୀ ଏବଂ ଧର୍ମପ୍ରାଣ ବ୍ୟକ୍ତି ଭାବରେ ବର୍ଣ୍ଣନା କରିବା ସହିତ ପ୍ରାକ୍ତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଜଣେ ଏକାନ୍ତ ଅନୁଗତ ଭାବରେ ଉଭୟ ରାଜନୀତି ତଥା ସମାଜସେବା କ୍ଷେତ୍ରରେ ଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଗୀତିକାର ବିମଳ ପରିଡା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ନିରଞ୍ଜନଙ୍କ ସଙ୍ଗୀତ କଳା ପ୍ରତି ଥିବା ଅନୁରକ୍ତି ଏବଂ ମୁରବୀ ପଣିଆକୁ ଭୂୟସୀ ପ୍ରଶଂସା କରିଥିଲେ । ଶେଷରେ ତାଙ୍କର ଏକମାତ୍ର ପୁତ୍ର ରଜନୀକାନ୍ତ ପରିଡା ଏବଂ ପୁତ୍ର ବଧୂ ଜ୍ୟୋତ୍ସ୍ନା ପରିଡା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ୨ ମିନିଟ୍ ନୀରବ ପ୍ରାର୍ଥନା ସହ ଫଟୋରେ ମାଲ୍ୟାର୍ପଣ କରିଥିଲେ ।