ଜିଲ୍ଲାପାଳଙ୍କ ବିଭିନ୍ନ ଅଞ୍ଚଳ ପରିଦର୍ଶନ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର ଆୟାର ଆଜି ପୂର୍ବାହ୍ନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନ୍ଦୁପୁର ଗସ୍ତ କରି ମେଡିକାଲ ଅଧିକାରୀ ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଏହା ସହିତ ଜିଲ୍ଲାପାଳ ଇଣ୍ଡୋର ଓ ଆଉଟଡର ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସ୍ଥିତି ପଚାରି ବୁଝିଛନ୍ତି । ପରେ ଜିଲ୍ଲାପାଳ ବିଭିନ୍ନ ରେଜିଷ୍ଟର ଏବଂ ଔଷଧ ଗୁଡିକ ଯାଞ୍ଚ କରିଥିଲେ । ରୋଗୀ ମାନେ ଯେପରି ସର୍ବଦା ଉତ୍ତମ ଚିକିସôା ସେବା ପାଇବେ ସେଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ମେଡିକାଲ ଅଧିକାରୀ ଏବଂ ଅନ୍ୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ଞ୍ଚସେହିପରି କେନ୍ଦ୍ରାପଡ଼ା ବ୍ଲକର ପଲ୍ଲୀ ଶିକ୍ଷା ଶ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ କୁତରଙ୍ଗ ଗ୍ରାମ ପଞ୍ଚାୟତ ବିଦ୍ୟାଳୟକୁ ଗସ୍ତ କରିଛନ୍ତି ଜିଲ୍ଲାପାଳ । ଶ୍ରୀ ଆୟର ସ୍କୁଲ ଏବଂ ଅଙ୍ଗନବାଡି ଗସ୍ତ କରି ସ୍ଥାନୀୟ ସରପଞ୍ଚ, ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । ପିଲାମାନଙ୍କୁ ଉତ୍ତମ ଏବଂ ପୁଷ୍ଟିକର ରାନ୍ଧଖାଦ୍ୟ, ସ୍ୱଚ୍ଛ ପାନୀୟଜଳ, ସୁନ୍ଦର ପରିବେଶ ସୃଷ୍ଟି ସହିତ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାପାଇଁ ଜିଲ୍ଲାପାଳ ସ୍କୁଲ ଏବଂ ଅଙ୍ଗନବାଡି କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି କେନ୍ଦ୍ରାପଡ଼ା ବ୍ଲକର ପଲ୍ଲୀ ଶିକ୍ଷା ଶ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଏବଂ କୁତରଙ୍ଗ ଗ୍ରାମ ପଞ୍ଚାୟତ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ ।