ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

 ନୂଆପଡା : କୋମନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଛି । ଶୁକ୍ରବାର କୋମନା ସହରରେ ଅଦିନିଆ ବୁଏଲ ଯାତ୍ରା ଦେଖିବାକୁ ମିଳିଛି । ଉସôବରେ ଏକାଦିନେ ଅଞ୍ଚଳର ଦେବାଦେବୀ ଛତର ବୁଲିଥିଲା ଓ ପ୍ରତିଷ୍ଠା ଉସôବରେ ସାତଭଉଣୀ ଓ ଜଣେଭାଇ ସାମିଲ ହୋଇଛନ୍ତି । ପ୍ରଥମେ କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟର ଇଷ୍ଟଦେବୀ ମା' ସୁନାଦେଈ ଓ ଦେଓଦର୍ହା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ଇନ୍ଦ୍ରାଦୀ ସହ ଭେଲା ଅଞ୍ଚଳର ପ୍ରତ୍ୟକ୍ଷ ଦେବତା ବୁଢାରଜା ନିଜ ଛତର ସହ କୋମନା ସହରରେ ପ୍ରବେଶ କରିଥିଲେ । ଏହି ତିନି ଦେବାଦେବୀ ଏକା ସଙ୍ଗେ ବୁଏଲ ଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । କୋମନା ସହରବାସୀ ନିଜନିଜ ଘର ସମ୍ମୁଖରେ ଝୋଟି ଆଙ୍କିବା ସହ କଳସ ସ୍ଥାପନକରି ଛତରକୁ ବନ୍ଦାପନା କରିଥିଲେ । ମଧ୍ୟାହ୍ନରେ ପଣ୍ଡରାପଥର ଗାଁର ପ୍ରତ୍ୟକ୍ଷ ଦେବୀ ମା ପାଦୁକା ସମଲେଇ, ପାଣ୍ଡେଲବାହାଲିର ଇଷ୍ଟଦେବୀ ମା ସମଲେଶ୍ୱରୀ, ଖଡ଼ିଆଳ ବ୍ଲକ ବାଦେବୀର ଅଧିଷ୍ଠାତ୍ରୀ ମା’ ଖୁଳଣା ଦେବୀ ଓ ନୂଆପଡ଼ା ବ୍ଳକ ଟାନୱଟ ଗାଁର ପ୍ରତ୍ୟକ୍ଷ ଦେବତା କଣାଭଏଁରା ପ୍ରତିଷ୍ଠା ଉସôବରେ ସାମିଲ ହୋଇଥିଲେ । ରାତିରେ ବୋଡ଼େନ ବ୍ଲକ କୋଟଗାଁର ପ୍ରତ୍ୟକ୍ଷ ଦେବୀ ମା' ଦ୍ୱାରସନୀ ସାମିଲ ହୋଇଛନ୍ତି । ଏଭଳି ସମସ୍ତ ଦେବାଦେବୀଙ୍କୁ ସହରବାସୀ ବନ୍ଦାପନା କରି ସମଲେଶ୍ୱରୀଙ୍କ ପୀଠକୁ ପାଛୋଟି ନେଇଥିଲେ । ଆଜି ଦିନତମାମ ମନ୍ଦିର ପ୍ରତିଷ୍ଠା ଉସôବ ପାଇଁ ହୋମଯଜ୍ଞ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଶିକ୍ଷାବିତ ଗଙ୍ଗାଧର ପାଣିଗ୍ରାହୀ ଓ ପନôୀ ସୋନାଲି ପାଣିଗ୍ରାହୀ ମୁଖ୍ୟକର୍ତ୍ତା ଭାବେ ପୂଜାର୍ଚ୍ଚନା କରୁଛନ୍ତି । ସନ୍ଧ୍ୟାରେ କମିଟି ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ମୁଖ୍ୟଅତିଥି ଭାବେ ଖଡ଼ିଆଳ ମହାରାଜା ଜିତାମିତ୍ର ପ୍ରସାଦ ସିଂଦେଓ, ବିଶିଷ୍ଟ ଅତିଥୁ ରାଜମାତା ରାଜଶ୍ରୀ ସିଂଦେଓ, ମୁଖ୍ୟବକ୍ତା ଭାବେ ଖଡ଼ିଆଳ ସ୍ୱୟଂ ଶାସିତ କଲେଜ ତକôାଳୀନ ଅଧ୍ୟକ୍ଷ ଡ. ଫଣିନ୍ଦମ ସିଂଦେଓ ପ୍ରମୁଖ ମଞ୍ଚାସୀନ ଥିଲେ । କୋମନା ଚୌହାନ ବଂଶୀୟ ରାଜାମାନଙ୍କ ରାଜଧାନୀ ଥିଲା । ୧୫୯୦ରେ ପ୍ରଥମେ ଚୌହାନ ବଂଶୀୟ ରାଜା ଗୋପାଳ ରାୟଦେଓ କୋମନାଗଡ଼ ୧୫୯୦ରୁ ସ୍ଥାପନକରି ରାଜଧାନୀ କରିଥିଲେ । ୧୫୯୦ ରୁ ୧୮୨୦ ପର୍ଯ୍ୟନ୍ତ କୋମନା ଗଡ଼ଜାତରେ ରାଜା ମହାରାଜା ଶାସନ ଥିଲା । ୧୮୨୦ରେ କୋମନାରୁ ଖଡ଼ିଆଳକୁ ରାଜଧାନ ସ୍ଥାନାନ୍ତର ହୋଇଥିଲା । ରାଜାରାଜୁଡ଼ା ଶାସନ କାଳରୁ ଗଡ଼ଦେବୀ ଭାବେ ମା ସମଲେଶ୍ୱରୀ ପୂଜା ପାଉଛନ୍ତି । ପୁରୁଣା ମନ୍ଦିର ବିପଦସଙ୍କୁଳ ଅବସ୍ଥାରେ ଥିଲା । ଏଣୁ କୋମନା ଅଞ୍ଚଳବାସୀ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଛନ୍ତି । କୋମନା ଗ୍ରାମବାସୀ ସମେତ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉସôବ କମିଟି, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ଓ ସମସ୍ତ ସେବାୟତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି ।