ସମାଜସେବୀଙ୍କ ପରଲୋକରେ ଶୋକ
ପାରାଦୀପ : ଜଗତସିଂହପୁର ଜିଲ୍ଲା ବିଜେପି ଦଳର ପ୍ରତିଷ୍ଠାତା ସଦସ୍ୟ, ସମାଜସେବୀ ତଥା ବିଜେପିର ବରିଷ୍ଠ ନେତା ଫିଜୁସ କାନ୍ତି ଦେବ ବର୍ମନ(୮୧)ଙ୍କର ରବିବାର ଦିନ କଟକସ୍ଥିତ ଏସସିବି ମେଡିକାଲରେ ଚିକିସôାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ବର୍ମନ ପାରାଦୀପ ଏବଂ ଜଗତସିଂହପୁର ଜିଲ୍ଲାରେ ବିଜେପି ଦଳକୁ ସଂଗଠିତ କରିବାରେ ପ୍ରମୁଖ ଭୂମିକା ନିଭାଇ ଆସୁଥିଲେ । ତାଙ୍କ ବିୟୋଗରେ ପାରାଦୀପ ବିଜେପି ବିଧାୟକ ତଥା ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଜଣେ ପୁରୁଖା ନେତାଙ୍କୁ ବିଜେପି ହରାଇଲା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସେହିପରି ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର, ବରିଷ୍ଠ ବିଜେପି ନେତା ଅଜୟ ଦାଶ, ଓଡିଶା ସାମୁଦ୍ରିକ ମସô୍ୟ ଉତ୍ପାଦକ ସଙ୍ଘ ସଭାପତି ଶ୍ରୀକାନ୍ତ ପରିଡା, ସାଧାରଣ ସମ୍ପାଦକ ଅରବିନ୍ଦ ସ୍ୱାଇଁ, ସର୍ବେଶ୍ୱର ବଳିୟାରସିଂ, ବିଜେପି ପାରାଦୀପ ନଗର ସଭାପତି ସୁବ୍ରତ ପ୍ରଧାନ, ସାମ୍ବାଦିକ ଶଶାଙ୍କ ଆଚାର୍ଯ୍ୟ, ଆଇନଜୀବୀ ରାଜେନ୍ଦ୍ର ପରିଡାଙ୍କ ସମେତ ପାରାଦୀପର ସଚେତନ ବୁଦ୍ଧିଜୀବୀ ଜନ ସାଧାରଣଙ୍କ ଶୋକବ୍ୟକ୍ତ କରିଛନ୍ତି ।