‘ବିଗତ ବ୍ୟକ୍ତିତ୍ୱ’ର ପାଠକାର୍ପଣ ଉସବ
ଜଟଣୀ : ଉତ୍ତରାୟଣୀ କ୍ଲବ ଠାରେ ଜଟଣୀର ଜଣାଶୁଣା ବୁଦ୍ଧିଜୀବୀ ତଥା ସାଇ ସେବକ ସୀତାକାନ୍ତ ସତପଥୀ (ହାଲୁ ଭାଇନା)ଙ୍କ ଅନୁପମ ସୃଜନ "ବିଗତ ବ୍ୟକ୍ତିତ୍ୱ' ପୁସ୍ତକର ପାଠକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏ ନେଇ ଅୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ତଥା ବନମାଳି ଶତପଥୀ, ପାଠାଗାରର ସଭାପତି ବିରେନ୍ଦ୍ର କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର, ରାଧାମାଧବ ମିଶ୍ର ଏବଂ ବିଜେପି ମୁଖପାତ୍ର ଅନିଲ କୁମାର ବିଶ୍ୱାଳ, ରାଜ୍ୟ୍ୟ କଂଗ୍ରେସର ମିଡିଆ ସେଲ ଅଧ୍ୟକ୍ଷ ଡ ବିଶ୍ୱରଞ୍ଜନ ମହାନ୍ତି ଓ ବିଭୁଦା ନନ୍ଦନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଡ ସୁକାନ୍ତି ମହାପାତ୍ର ପୁସ୍ତକ ସମୀକ୍ଷା କରିଥିବା ବେଳେ ପାଠାଗାରର ସମ୍ପାଦକ ଅକ୍ଷୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।