ସ୍ୱାସ୍ଥ୍ୟ ବିଭାଗର ଚଢଉ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାର କେତେକ ଅଞ୍ଚଳରେ ହଇଜା ରୋଗୀ ଚିହ୍ନଟ ହେବାପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଥିବା ଜଣାପଡିଛି । କେନ୍ଦ୍ରାପଡା ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ନେତୃତ୍ୱରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରିତୀଶ ଦାସଙ୍କ ସମେତ ଦୀନବନ୍ଧୁ ବେହେରା, ସୁକାନ୍ତ କୁମାର, ପ୍ରଶାନ୍ତ ରାଉତ ପ୍ରମୁଖ ଗରାପୁର ଛକ, ତିନିମୁହାଣୀ, ସାନ୍ତସାହି, ଦୁହୁରିଆ, ଇଛାପୁର ପ୍ରଭୃତି ସ୍ଥାନର ଗୁପ୍ଚୁପ୍, ଚାଟ୍, ଚାଓମିନ୍ ବିଭିନ୍ନ ହୋଟେଲ ଓ ରସ୍ତା କଡରେ ଛିଡାହୋଇ ବିକ୍ରି କରୁଥିବା ବିଭିନ୍ନ ଖାଦ୍ୟକୁ ଦେଖିବା ସହିତ ଜରିମାନା ଅଦାୟ କରାଯାଇଛି । କେତେକ ସ୍ଥାନରେ ବାସି ଖାଦ୍ୟ ଓ ମାଛି ବସୁଥିବା ଖାଦୟ ଗୁଡିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଷ୍ଟ କରାଯାଇ ସେମାନଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି ।