ସମୂହ ଦୌଡ଼କୁଦ ପ୍ରତିଯୋଗିତା
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ମିନୀ ଷ୍ଟାଡ଼ିୟମ୍ ଠାରେ ଶୁକ୍ରବାର ରିଜିଓନାଲସ୍ତରୀୟ ବିଦ୍ୟାଳୟ ସମୁହ ଦୌଡ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ୧୪ ରୁ ୧୭ ବର୍ଷ ବୟସର ବାଳକ ଓ ବାଳିକା ବିଭାଗର ୨୫୦ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାର ଭାଗନେଇଥିବା ବେଳେ, ୩୧ ଜଣ କ୍ରିଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ୍ ହୋଇଛନ୍ତି । ଉତ୍ସବରେ ମୁଖ୍ୟଅତିଥି ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ସ୍କୁଲ ପ୍ରଧାନଶିକ୍ଷକ ଉପେନ୍ଦ୍ର ସାବତ ଯୋଗଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । କ୍ରିଡା ଶିକ୍ଷକ ବିଭୁତି ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଶିକ୍ଷକଙ୍କ ସହଯୋଗରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ହୋଇଥିଲା ।