ନିର୍ବାଚନ ଲଢ଼ିପାରିବେ ଦିଲୀପ ରାୟ
ନିର୍ବାଚନ ଲଢ଼ିପାରିବେ ଦିଲୀପ ରାୟ DILLIP RAY, ODISHA POLITICS
ଦଣ୍ଡାଦେଶ ଉପରେ ରହିତାଦେଶ ଦେଲେ କୋର୍ଟ
ଭୁବନେଶ୍ୱର : ରାଜ୍ୟର ଟାଣୁଆ ନେତା ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । କୋଇଲା ଦୁର୍ନୀତି ମାମଲାରେ ତାଙ୍କୁ ଦଣ୍ଡାଦେଶ ମିଳିଥିବାବେଳେ ହାଇକୋର୍ଟ ଏହା ଉପରେ ରହିତାଦେଶ ଲଗାଇଛନ୍ତି । ଯାହାଫଳରେ ସେ ଚବିଶ ନିର୍ବାଚନ ଲଢ଼ିପାରିବେ । ତେବେ ସେ ଚବିଶରେ ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ ଦିଲୀପ କିଛି ସୂଚନା ଦେଇନାହାନ୍ତି ।
ସୂଚନାଯୋଗ୍ୟଯେ, ୧୯୯୯ରେ ଝାରଖଣ୍ଡ କୋଇଲା ବ୍ଳକ ଆବଣ୍ଟନ ମାମଲାରେ ଦିଲୀପ ରାୟଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡରେ ବି ଦଣ୍ଡିତ କରାଯାଇଥିଲା । ଏହି ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରି ଦିଲୀପ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ । ଯଦି ତାଙ୍କର ଦଣ୍ଡାଦେଶକୁ ସ୍ଥଗିତ ବା ବାତିଲ କରାନଯାଏ ଏବଂ ଭବିଷ୍ୟତରେ ଯଦି ସେ ଦଣ୍ଡମୁକ୍ତ ହୁଅନ୍ତି ତେବେ ଏକ ଅପ୍ରୀତିକର ସ୍ଥିତି ସୃଷ୍ଟିହେବବୋଲି କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା । ବିଚାରପତି ସ୍ୱରାନା କାନ୍ତ ଶର୍ମା ଏହି ମାମଲାର ଶୁଣାଣୀ କରି ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଛନ୍ତି ।
ଲୋକ ପ୍ରତିନିଧି ଆଇନ ଅନୁଯାୟୀ, ଯଦି ଜଣଙ୍କୁ ୩ ବର୍ଷ ବା ତଦ୍ଦୁଦ୍ଧ୍ୱର୍ ସମୟ ପାଇଁ ଦଣ୍ଡବିଧାନ କରାଯାଏ ତେବେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ । ଯଦିଓ ଦିଲ୍ଲୀପ ରାୟ ଚବିଶ ନିର୍ବାଚନ ପାଇଁ ପ୍ରସ୍ତୁତ ନୁହଁନ୍ତି, ତଥାପିବି ଦିଲ୍ଳୀ ହାଇକୋର୍ଟଙ୍କ ରାୟ ତାଙ୍କର ନିର୍ବାଚନ ଲଢ଼ିବାର ବାଟ ପ୍ରଶସ୍ତ କରିଛନ୍ତି ।