ସମ୍କୁ ମୋର ନୂଅାଁଖାଇ ଜୁହାର୍
ଭୁବନେଶ୍ୱର : ଓଡ଼ିଶାର ମହାନ୍ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇର ଶୁଭ ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ଆମର୍ ମହାନ୍ ସଂସ୍କୃତି ଆଉର୍ ପରମ୍ପରାର ବାର୍ତ୍ତା ବାହକ୍ ଆଏ ଇ ନୂଆଁଖାଇ ତିହାର୍ । ପରିବାର୍ର ସଦସ୍ୟ ମାନେ ଦେଶ୍ ବିଦେଶ୍ର ଯେନୁ ଭି ଥିଲେ ଇ ତିହାର୍ ଲାଗି ନିଜର୍ ନିଜର୍ ଗାଁ କେ ଘର୍ କେ ଫିର୍ଶନ । ପରିବାର୍ ର ସଭେ ଏକ୍ ହେଇ କରି ମିଶିକରି ନୂଆଁ ଖାଏସନ୍ । ମୁନୁଷ୍ ମୁନୁଷ୍ ଭିତରେ ସ୍ନେହ, ପ୍ରେମ୍, ଶ୍ରଦ୍ଧା, ସମ୍ମାନ୍ ର ଆଦାନ୍ ପ୍ରଦାନ୍ ଆର୍ ଭାଇଚାରା କେ ନେଇ କରି ଆଇସି ଆମର୍ ଇ ପରବ୍ ନୂଆଁଖାଇ । ଆମର୍ ପରମ୍ପରା ରେ ନୂଆଁଖାଇ ର ଯେତ୍କି ମହତ୍ତ୍ୱ ଅଛେ ସେତ୍କି ମହତ୍ତ୍ୱ ନୂଆଁଖାଇ ଭେଟଘାଟ୍ର ଭି ଅଛେ । ନୂଆଁଖାଇ ସାର୍ଲା ପରେ ସଭେ ସବ୍କୁ ଭେଟ୍ ହେବାର, ବଡ୍ ମାନଙ୍କୁ ନୂଆଁଖାଇ ଜୁହାର କର୍ବାର, ସମକର୍ ଭିତରେ ଭାବ୍ ପ୍ରେମ୍ର ଆଦାନ୍ ପ୍ରଦାନ୍ କର୍ବାର୍ ଆର୍ ନାଚ୍ ଗୀତ୍ ଖାନା ପିନା ମୌଜ ମଜ୍ଲିସ କର୍ବାର ଇ ନୂଆଁଖାଇ ଭେଟଘାଟ୍ର ଗୁଟେ ନିଆରା ପରମ୍ପରା ଆଏ । ୨୦୩୬ ତକ୍ ବିକଶିତ ଓଡ଼ିଶା ଆଉ ୨୦୪୭ ତକ୍ ବିକ୍ଶିତ୍ ଭାରତ ଗଠନ୍ ଲାଗି ସମସ୍ତେ ନିଜର୍ ନିଜର୍ ଦାୟିତ୍ୱ ଗ୍ରହଣ କରି ନିଜର୍ ନିଜର୍ କର୍ତ୍ତବ୍ୟ ପାଲନ୍ କରୁନ୍ ବୋଲି ଆଜି ଇ ଶୁଭ୍ ଦିନ୍ରେ ଛାତ୍ରଛାତ୍ରୀ, ଯୁବକ୍ୟୁବତୀ, ଶ୍ରମିକ୍, କିଶାନ୍ ଜୱାନ୍ ସମ୍କୁ ଅନୁରୋଧ୍ କରୁଛେଁ । ନୂଆଁଖାଇ ସମସ୍ତଙ୍କର ଜୀବନ ରେ ନୂଆଁ ଆଶା ସଞ୍ଚାରିତ କରୁ । ମାଁ ସମଲେଇ ମହାପ୍ରଭୁ ଶ୍ରୀଜଗନ୍ନାଥ୍ ସମସ୍ତଙ୍କର୍ ଜୀବନ ଥି ହସ୍ ଖୁସି ସୁଖ୍ ଶାନ୍ତି ଉନ୍ନତି ପ୍ରଗତି ସଫଳତା ଭରି ଦେଉଁନ୍ ବୋଲି ପ୍ରାର୍ଥନା କରୁଛେଁ । ସମ୍କୁ ଫେର ଥରେ ମୋର ନୂଆଁଖାଇ ଜୁହାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଣାଇଛନ୍ତି ।