ରାହୁଲଙ୍କୁ ମୋହନଙ୍କ ନିନ୍ଦା
ଭୁବନେଶ୍ୱର: ବିହାରରେ ରାହୁଲ ଗାନ୍ଧୀଙ୍କ ଏକ ରାଜନୈତିକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସ୍ୱର୍ଗତ ମାତାଙ୍କ ପ୍ରତି ଅଭଦ୍ର ଓ ଅଶିଷ୍ଟ ଟିପ୍ପଣୀ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଘଟଣା ରାହୁଲ ଗାନ୍ଧୀ ଏବଂ ତାଙ୍କ ସହଯୋଗୀ ଦଳମାନଙ୍କ ହୀନ ମାନସିକତାର ପରିଚୟ । ଏଭଳି କଦର୍ଯ୍ୟ ଚିନ୍ତାଧାରା କେବଳ କଂଗ୍ରେସ ଏବଂ ତାଙ୍କ ଦଳର ନେତାମାନଙ୍କ ପାଖରେ ହିଁ ଦେଖିବାକୁ ମିଳେ । ଦେଶକୁ ଜଣେ ଯଶସ୍ୱୀ ପୁତ୍ର ପ୍ରଦାନ କରିଥିବା ଦେବୀ ସଦୃଶ ଜଣେ ମହିଳାଙ୍କ ପ୍ରତି ଏଭଳି ଅଭଦ୍ର ଭାଷା ପ୍ରୟୋଗ, ଦୀର୍ଘ ୬୦-୭୦ ବର୍ଷ ଧରି କ୍ଷମତା ଏବଂ କ୍ଷମତାର ବଳୟରେ ଥିବା ରାହୁଲ ଗାନ୍ଧୀଙ୍କ କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳ ନିଜର ହତାଶା ଓ ହୀନମନ୍ୟତାର ପରିଚୟ ଦେଇଛନ୍ତି । ଦେଶବାସୀ କେବେ ହେଲେ ଏହାକୁ ବରଦାସ୍ତ କରିବେ ନାହିଁ, ଏହାର ଉଚିତ୍ ଜବାବ୍ ଦେବେ ବୋଲି ସେ କହିଛନ୍ତି ।