ସମ୍ପ୍ରସାରଣ ହେବ ଏନ୍ସିସି କ୍ୟାଡେଟ୍
ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି)ର କ୍ୟାଡେଟ୍ ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ବିଷୟ ବସ୍ତୁକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ଓଡିଶା ସମର ଶିକ୍ଷାର୍ଥୀ ବାହିନୀ ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ, କର୍ଣ୍ଣେଲ ସାଗର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ଅଗ୍ରୱାଲ ରାଜ୍ୟରେ ଏନ୍ସିସି କ୍ୟାଡେଟ ସଂଖ୍ୟା ୬୩୦୦୦ରୁ ୯୦୦୦୦କୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନୁମୋଦନ ଲାଭ କରିଥିବା ଏବଂ ତାହା ଭାରତ ସରକାରଙ୍କ ଏନସିସି ନିଦେ୍ର୍ଦଶାଳୟକୁ ଦିଆଯାଇଥିବା ପ୍ରସ୍ତାବ ସମ୍ପର୍କରେ ଅବଗତ କରାଇଥିଲେ । କୋରାପୁଟରେ ଖୋଲାଯାଇଥିବା ଏନସିସି ଗ୍ରୁପ୍ ମୁଖ୍ୟାଳୟକୁ ଆବଶ୍ୟକୀୟ ମାନବ ସମ୍ବଳ ଯୋଗାଇ ଏହାକୁ କାର୍ଯ୍ୟକ୍ଷମ କରିବା ବିଷୟ ଆଲୋଚନା ହୋଇଥିଲା ଏବଂ ଉଚ୍ଚଶିକ୍ଷା ନିଦେ୍ର୍ଦଶକଙ୍କ ନିଦେ୍ର୍ଦଶରେ ସେଠାକୁ ବର୍ତ୍ତମାନ ଆବଶ୍ୟକୀୟ ମାନବ ସମ୍ବଳ ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ଅନ୍ୟାନ୍ୟ ଏନସିସି ଶାଖା କାର୍ଯ୍ୟାଳୟରେ ଖାଲିଥିବା ସମସ୍ତ ପଦବୀଗୁଡ଼ିକ ତୁରନ୍ତ ପୂରଣ ନିମନ୍ତେ ପଦକ୍ଷେପ ନେବାକୁ ନିଷ୍ପରି ନିଆଯାଇଛି । ଏନ୍ସିସି ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ପାଇଁ ଗୋଟିଏ ହାଙ୍ଗର ନିର୍ମାଣ ନିମନ୍ତେ ଝାରସୁଗୁଡା ବିମାନ ବନ୍ଦର ପ୍ରାଧୀକରଣ ସହ ଏକ ଚୁକ୍ତିନାମା ସ୍ୱାକ୍ଷର ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଦିଆଯାଇଥିବା ନିଦେ୍ର୍ଦଶ ଅନୁମୋଦନ କରାଯାଇଛି । ଝାରସୁଗୁଡାରେ ଏନ୍ସିସି ପ୍ରଶିକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ହୋଇଥିବା ଅସ୍ତ୍ର ସରଞ୍ଜାମର ରକ୍ଷଣ କରିବା ପାଇଁ ଜିଲ୍ଲା ପୁଲିସ ଅଧିକାରୀଙ୍କୁ ପତ୍ର ଲେଖିବାକୁ ଉଚ୍ଚଶିକ୍ଷା ବିଭାଗକୁ ବୈଠକରେ ମୁଖ୍ୟ ଶାସନ ସଚିବ ନିଦେ୍ର୍ଦଶ ଦେଇଛନ୍ତି । ଏହା ବ୍ୟତୀତ କଟକ, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏନସିସି ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ପାଇଁ ପ୍ରଶିକ୍ଷଣ କେନ୍ଦ୍ରମାନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ନିଷ୍ପରି ଗ୍ରହଣ କରାଯାଇଥିଲା ।