"ସମୟାନୁବର୍ତ୍ତିତା ଜୀବନକୁ ସୁଖମୟ କରିଥାଏ’ :ବିଲେଇସର୍ଡା ହାଇସ୍କୁଲର ବାର୍ଷିକ ଉତ୍ସବ
ବଲାଙ୍ଗିର: ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ ଉଦ୍ୟାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ପୁଇଁତଳା ବ୍ଲକ ଚେୟାରମ୍ୟାନ ସରୋଜ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ର ଜୀବନରେ ସମୟାନୁବର୍ତ୍ତିତାର ଯଥେଷ୍ଟ ମୂଲ୍ୟ ରହିଛି । ସମୟାନୁବର୍ତ୍ତିତା ଜୀବନକୁ ସୁଖମୟ କରିଥାଏ । ସମୟର ସଦୁପଯୋଗ ନ କଲେ ବିକାଶର ଧାରା ବହୁ ପଛରେ ପଡିଯିବ ବୋଲି କହିବା ସହ ବିଦ୍ୟାଳୟର ଭିତ୍ତିଭୂମୀ ପାଇଁ ଆବଶ୍ୟକୀୟ ଅଭାବ ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଜଳେନ୍ଦ୍ର ସାହୁ ଯୋଗ ଦେଇ ଶୃଙ୍ଖଳିତ ସମାଜ ଜୀବନ ସୁସ୍ଥ ପରମ୍ପରା ସୃଷ୍ଟି କରେ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ସରପଞ୍ଚ ସୁଶାନ୍ତ ଛତ୍ରିଆ, ଏସଏମସି ସଭାପତି ଚୈତନ୍ୟ ପଣ୍ଡା, ଆଲୁମିନୀ ସଭାପତି ଅନନ୍ତ ବିଶ୍ୱାଳ, ସିଆରସିସି ସତ୍ୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସ୍ୱାଗତ ନୃତ୍ୟ ପରେ ଶିକ୍ଷକ ପଙ୍କଜ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ର ସାର୍ଥକ, ପ୍ରଜ୍ଞା, ପ୍ରିତି, ସୁନେନା, ଶିକ୍ଷକ ସୁଧାଂଶୁ ପଧାନ, ଶିକ୍ଷୟିତ୍ରୀ ପ୍ରତୀଶା ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କାହ୍ନୁଚରଣ ଧରୁଆ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପକ୍ଷରୁ "ଆମ ଲେଖା ଆମ ଚିତ୍ର’ ପତ୍ରିକାକୁ ଉନ୍ମୋଚିତ କରାଯାଇଥିଲା । ଚଳିତବର୍ଷ ଶ୍ରେଷ୍ଠ ଛାତ୍ର ଭାବେ ଦଶମ ଶ୍ରେଣୀ ଛାତ୍ରୀ ପ୍ରତିଭା ପ୍ରଧାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଜୀବ କୁମାର ମିଶ୍ରଙ୍କ ରଚନା ଓ ନିଦେ୍ର୍ଦଶନାରେ ପୌରାଣିକ ନାଟକ "ଅଲାଜୁଗିଆ ଭସ୍ମାସୁର" ଓ "କନ୍ୟାରତ୍ନ’ ଏବଂ ନିରୋତ୍ତମା ବିଶ୍ୱାଳଙ୍କ ନିଦେ୍ର୍ଦଶିତ ନାଟକ "ଅନାଥ’ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ପ୍ରଦୀପ ଦଣ୍ଡସେନା, ରଞ୍ଜିତ ମିଶ୍ର, ସୁଦାମ କୁମ୍ଭାର, ପ୍ରମୋଦ ପ୍ରଧାନ, ସୁଜିତ ଦେହୁରୀ, ସୁବାସିନୀ ସେଠୀ, ଅଶ୍ୱିନୀ ମହାଲିଙ୍ଗ, ନିହାରିକା ପଧାନ, ସୁଷମା ମେହେର, ମୁରାରୀ ପର୍ଡିଆ, ରଶ୍ମିତା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ ।