ଆତ୍ମ ସୁରକ୍ଷା ତାଲିମ ଶିବିର 

 ବଲାଙ୍ଗିର: ପୁଇଁନ୍ତଲା ବ୍ଲକ ଅଧିନସ୍ଥ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଛତାମଖନା ଉକôଳ ଗ୍ରାମୀଣ ବ୍ୟାଙ୍କର ଶାଖା ପରି·ଳକ ଋଷଭରାଜ ଗନ୍ତାୟତ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠ୍ ବୈଠକରେ ଅଧ୍ୟକ୍ଷତା କରିବା ସହ ଆତ୍ମ ସୁରକ୍ଷା ବିଷୟରେ ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂସ୍କୃତ ଅଧ୍ୟାପକ ଡ. ଦୈତାରୀ ପୁଜାରୀ ସଭା ସଂଯୋଜନା କରିଥିବା ବେଳେ ରାଜନିତି ବିଜ୍ଞାନ ଅଧ୍ୟାପିକା ପଦ୍ମାଳୟା ତ୍ରିପାଠୀ ଓ ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁଦାମ ଚରଣ ଖମାରୀ ପ୍ରମୁଖ ମଂଚାସୀନ ଥିଲେ । ଓଡିଆ ଅଧ୍ୟାପକ ଡ. ପବିତ୍ର କୁମାର ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ଅଧ୍ୟାପିକା ·ରୁଲତା ମିଶ୍ର, ଅଧ୍ୟାପକ ରାଧାକାନ୍ତ ସାହୁ, ଗ୍ରନ୍ଥଗାରକ ଦୁର୍ବାଦଳ ମିଶ୍ର, ମୁଖ୍ୟ କିରାଣୀ ଦିଗାମ୍ବର ପାଣ୍ଡେ ଓ ଦୁଃଖିଶ୍ୟାମ ବାଗ ପ୍ରମୁଖ ସହଯୋଗ କରିଥିଲେ ।