ସରକାରଙ୍କ ସଫଳତା ବଖାଣିଲେ ମନ୍ତ୍ରୀ 

 ବଲାଙ୍ଗିର  : ବଲାଙ୍ଗିର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, କଣ୍ଟାବାଞ୍ଜି ବିଧାୟକ ଲଖଣ ବାଗ, ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ, ଦିନେଶ ଶର୍ମ, ପଙ୍କଜିନି ପଣ୍ଡା, ମିଡିଆସେଲ ସଂଯୋଜକ ଚିତ୍ରସେନ ବେହେରା, ଅମିତ ସିଂ ନିନା ଉପସ୍ଥିତ ଥିଲେ  । ବିଜେପି କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ଓଡ଼ିଶା ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବିଜେପି ସରକାରଙ୍କ ଉପଲବ୍ଧି ଓ ସମସ୍ତ ଯୋଜନା ବିଷୟରେ ସୂଚନା ଦେଇଥିଲେ  । କେନ୍ଦ୍ରସରକାରଙ୍କ ଅପରେସନ ସିନ୍ଦୂର ଓ ରେଳ ପ୍ରକଳ୍ପ ସଡ଼କ ପରିବହନ, ଶିକ୍ଷା କ୍ଷେତ୍ରରେ ପ୍ରଗତି, ଚନ୍ଦ୍ରଜାନ ଓ ସମସ୍ତଙ୍କୁ ବାସଗୃହ ଦେବା, କୃଷକଙ୍କ ପାଇଁ ଧାନର ମୂଲ୍ୟ ଅଧିକ, ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା, ସାଠିଏ ବର୍ଷରୁ ଅଧିକ ବୟସ ଲୋକଙ୍କୁ ପେନ୍ସନ୍ ଦେବା ଓ ରାଜ୍ୟରେ ବିଜେପି ସରକାରଙ୍କ ଉପଲବ୍ଧି ନେଇ ମନ୍ତ୍ରୀ ରବିନାରାୟଣ ନାୟକ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ  । ବିଜେପି ସରକାର ଆସିବା ପରେ ଦାଦନ ସମସ୍ୟା କିଛି ପରିମାଣରେ କମିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ  ।